ଜାଗେଶ୍ୱରୀ ଛକ ସ୍ଥିତ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଦେବୀ ଙ୍କ ପୂଜା ଉତ୍ସବର
ପୁରୀ ବାଲିଘାଟ ଜାଗେଶ୍ୱରୀ ଛକ ସ୍ଥିତ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଦେବୀ ଙ୍କ ପୂଜା ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମର ଆଜି ତୃତୀୟ ତଥା ଅନ୍ତିମ ସନ୍ଧ୍ୟାରେ ସଙ୍ଗୀତର ତାଳେ ତାଳେ ଝୁମିଲେ ଦର୍ଶକ | ତେବେ କାର୍ଯ୍ୟକ୍ରମ ପ୍ରାରମ୍ଭ ରୁ ଦେଶକୁ ସ୍ୱାଧୀନ ଓ ରକ୍ଷା କରି ଵୀରଗତି ପାଇଥିବା ସୈନିକଙ୍କ ପାଇଁ ଜାତୀୟ ସଙ୍ଗୀତ ସମ୍ମାନ ଜଣା ଯାଇଥିବା ବେଳେ ଯା ଦେବୀ ସର୍ବ ଭୂତେଷୁ ଗାନ ପରିବେଷଣ କରାଯାଇଥିଲା ।ଏହି ଶେଷ ସନ୍ଧ୍ୟାର ଆକର୍ଷଣ ସାଝିଥିଲେ ସୁଜ୍ଞାନୀ ମହାପାତ୍ର ଓ ତାଙ୍କ ମହାରାଜା ବ୍ୟାଣ୍ଡ ଗ୍ରୁପ ସଦସ୍ୟଙ୍କ ମନ୍ତ୍ର ମୁଗ୍ଧ ସଂଗୀତ ଆଯକି ରାତ୍ ମଜା ଲିଜିଏ , ଫସିଗଲା ଅଭିମନ୍ୟୁ ଚକ୍ରବ୍ୟୁହ ରେ ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମର ଶେଷ ତଥା ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୁପେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ପୂର୍ବତନ ପୌରାଧ୍ୟକ୍ଷ ଗୌରହରୀ ପ୍ରଧାନ, ଶାନ୍ତିଲତା

ପ୍ରଧାନ,ସ୍ପୋର୍ଟ୍ସ ସେକ୍ରେଟାରୀ ରବି ପ୍ରତିହାରୀ,ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ର, ଜୟକୃଷ୍ଣ ଦାସ,ଭଗବାନ ପଢ଼ିଆରୀ,ଅମରେନ୍ଦ୍ର ପାଇକରାୟ, ମହାପାତ୍ର,ପୌର ଅଧିକାରୀ ଅଭିମନ୍ୟୁ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସୁବାଷ ସ୍ୱାଇଁ, ସୋମନାଥ ସାହୁ ପ୍ରମୁଖ ଅତିଥି ରୁପେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିଭୂତି ଭୂଷଣ ସେଠୀ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାଗିରଥି ପ୍ରଧାନ, ଉପ ସଭାପତି ସୁନିଲ ମହାରଣା,ସମ୍ପାଦକ ସୁଜିତ୍ ସାହୁ,ଅଶୋକ କୁମାର ସୁବୁଦ୍ଧି, ସଞ୍ଜିତ୍ କୁମାର ସାହୁ,ହିମାଂଶୁ ମୁଦୁଲି,ଭିକାରୀ ସାହୁ,ରଞ୍ଜନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।
