ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଉନବିଂଶତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

କାମାକ୍ଷାନଗର ସରସ୍ବତି ଶିଶୁ ବିଦ୍ୟା ମନ୍ଦିରର ଉନବିଂଶତମ ବାର୍ଷିକ କ୍ରିଡା କାର୍ଯ୍ୟକ୍ରମ ସାରଙ୍ଗଧର ଷ୍ଟାଡିୟମ ଠାରେ ଉଦ୍ଯାପିତ ହୋଇଯାଇଛି।ତିନି ଦିନ ଧରି ଚାଲୁ ରହିଥିବା ଏହି କ୍ରିଡାର ଆଜି ଥିଲା ଅନ୍ତିମ ଦିବସ।ଶିଶୁ ମନ୍ଦିରର ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସଂଘର ସଭାପତି ହିମାଶୁଂ ଶେଖର ମହାପାତ୍ର,ସାମ୍ବାଦିକ ଶଦାଶିବ ସେଠି,ବରିଷ୍ଠ ଆଡଭୋକେଟ ବିମଳ କୁମାର ବିଶ୍ବାଳ,ସାମ୍ବାଦିକ ପ୍ରକାଶ କୁମାର ପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ।ପାଠ ପଢା ସାଙ୍ଗକୁ ଖେଳର କିପରି ଆବଶ୍ୟକତା ରହିଛି ତାହାକୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଅତିଥି ମାନେ।ବିଭିନ୍ନ ପ୍ରକାରର ଖେଳରେ ଅନେକ ଛାତ୍ରଛାତ୍ରି ମାନେ କୃତିତ୍ବ ଅର୍ଜନ କିପରି ସରକାରି ଓ ବେସରକାରି କ୍ଷେତ୍ରରେ ରୋଜଗାରକ୍ଷମ ହୋଇପାରିଛନ୍ତି ସେବିଷୟରେ କହିଥିଲେ।ଶେଷରେ ଅବିଭାବକ ମାନଙ୍କ ନେଇ ମ୍ୟୁଜିକ ଚେୟାର ଖେଳ କରାଯାଇଥିଲେ।ଏହି କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ସମସ୍ତ ଗୁରୁଜି ଓ ଗୁରୁମା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *