ୟୁଥ୍ ହଷ୍ଟେଲ ସଭାଗୃହରେ ବିଂଶତମ ଚିତ୍ର ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ପ୍ରତିବର୍ଷ ପରି ଚଳିତ ବର୍ଷ ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହରେ ବିଂଶତମ ଚିତ୍ର ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନନ୍ତ ଗୁରୁକୁଳ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରିୟପତ୍ର ସହଯୋଗ କରିଥିଲେ। ପ୍ରିୟପତ୍ର ର ସମ୍ପାଦକ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡିଶାର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ଅତିଥି, ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ, ସନ୍ତୋଷ କୁମାର ସେଠୀ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଚକ୍ରଧର ମହାପାତ୍ର, ଚନ୍ଦ୍ରଶେଖର ମହାରାଣା ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଏହି କର୍ମଶାଳାଟି ଆମ ଚିତ୍ର ସାହିତ୍ୟକୁ ଦିଗଦର୍ଶନ ଦେବାପାଇଁ ଏକ ସଫଳ ପ୍ରୟାସ ବୋଲି ମତପୋଷଣ କରିଥିଲେ। ଚିତ୍ରଶିଳ୍ପୀ ସାହିତ୍ୟ ବୁଝିବା ଏବଂ ସାହିତ୍ୟିକ ଚିତ୍ର ବୁଝିଵାରେ ଏପରି କର୍ମଶାଳା ଆୟୋଜନ ୨୦ ବର୍ଷରେ ପହଞ୍ଚି ପାରିବା ସହିତ ଶିଳ୍ପଗୁରୁ ଅନନ୍ତ ମହାରଣାଙ୍କ କୃତିକୁ ମନେ ପକାଉଛନ୍ତି ଆମ ସମାଜ ପାଇଁ ଏକ ମହାନ ପ୍ରଚେଷ୍ଟା। ଏହି ଅବସରରେ ଚଳିତ ବର୍ଷ ଚିତ୍ର ସାହିତ୍ୟ ଓ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀମତୀ ଜୀବେଶ୍ୱରୀ ପଟେଲ, ଗୀତାଞ୍ଜଳି ମିଶ୍ର, ବୈଜୟନ୍ତୀ ସାହୁ, ଆଲ୍ଲାଦିନୀ ପାଣିଗ୍ରାହୀ ଦାଶ, ସ୍ୱପ୍ନାଶର୍ମିଷ୍ଠା ତ୍ରିପାଠୀ, ଶ୍ରୀଯୁକ୍ତ ଅଭିନବ ପଟ୍ଟନାୟକ, ଦିବାକର ତ୍ରିପାଠୀ, ଅଖ୍ୟୟ କୁମାର ସରାପ, ସୁଧିର କୁମାର ମିଶ୍ର ଏବଂ ନୃତ୍ୟଶିଳ୍ପୀ ସୈମ୍ୟା ଶିବନ୍ତିକା ପଟେଲଙ୍କୁ ଚିତ୍ର- ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର। ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପିତା ପଟ୍ଟନାୟକ, ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କବିତା ଆସରକୁ ସଂଯୋଜନା କରିଥିଲେ ବୈଜୟନ୍ତୀ ସାହୁ ଏବଂ ଡକ୍ଟର ସସ୍ମିତା ମିଶ୍ର। ଏହି ଅବସରରେ ଚିତ୍ର ଏବଂ ମାଟିର କାରୁକାର୍ଯ୍ୟର ଏକ ସୁନ୍ଦର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ସମ୍ ତ୍ରିପାଠୀ, ତ୍ରିପା ହାଲଦାର, ଚାନ୍ଦିନୀ ସାହୁ, ପ୍ରିୟଙ୍କା ପାଲ, ବିକାଶ ନାୟକ, ନାରାୟଣ ବେହେରା, ସନ୍ତୋଷ କୁମାର ରାଉତ ଭାଗ ନେଇଥିଲେ। ଶେଷରେ ସସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜାନକୀ ବଲ୍ଲଭ ଦାଶଙ୍କ ସଂକଳନ ‘ଗଳ୍ପ ଶୁଣୁଥା ହୁଁ ମାରୁଥା’ ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧୂପ ଓ ପୁଷ୍ପ ପ୍ରଦାନ କରାଯାଇ ଉତ୍ସବର ସଫଳତା କାମନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅବିନାଶ ଦଳାଇ।।

Leave a Reply

Your email address will not be published. Required fields are marked *