ଜଟଣୀରେ ବିଜୁଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ
ଜଟଣୀ ତା୨୬-୧୨-୨୪ ଜଟଣୀ ପୌର ପରିଷଦ ଅନ୍ତର୍ଗତ ଉତ୍ତରାୟଣୀ କ୍ଳବ୍ ପରିସରରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ତଥା ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେ ତାଙ୍କ ଅଭିଭାଷଣରେ ଦଳର କର୍ମୀ, ନେତା ଓ ମହିଳା ମାନଙ୍କୁ ଏକତ୍ରିତ ହୋଇ ଦଳର କାର୍ଯ୍ୟକୁ ଆଗେଇ ନେବାପାଇଁ ଅନୁରୋଧ କରିଥିଲେ। ତାଙ୍କର ସରକାର ନଥିଲେ ମଧ୍ୟ ଲୋକଙ୍କ ପାଖରେ ଶାସକ ଦଳର ଦୋଷ ଦୁର୍ବଳତାକୁ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ । ଏହି ଉତ୍ସବରେ ଜଟଣୀ ପୌରାଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ଉପାଧ୍ଯକ୍ଷା ଶ୍ରୀମତି ଆରତୀ ରାଉତ, ଲକ୍ଷ୍ମୀଧର ବିଶ୍ୱାଳ, ନାରୀ ନେତ୍ରୀ ଦେବସ୍ମିତା ଦାସ, ସୁକୃତି ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଦଳୀୟ କର୍ମୀ, ଛାତ୍ର ବିଜେଡି, ମହିଳା ବିଜେଡି ପରି ଛାମୁଆ ସଙ୍ଗଠନର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।
ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
