ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣାବଜାର, ଭଦ୍ରକର ୩୧ତମ ବାର୍ଷିକ ଉତ୍ସବ ପାଳିତ।
ଭଦ୍ରକ :- ୩୧ତମ ବାର୍ଷିକ ଉତ୍ସବ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡିଶା ଙ୍କ ଯୋଜନା ଆଧାରରେ ନୂଆବଜାର ସଂକୁଳ ଅଧୀନସୁ ପୁରୁଣାବଜାର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣା ବଜାର, ଭଦ୍ରକରେ ପାଳିତ ହୋଇସାରିଛି | ଏଥିରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ ମା ଭାରତୀଙ୍କ ନିକଟରେ ଦୀପ ପ୍ରଜ୍ଜଳନ କରି ବିଦ୍ୟାଳୟ ଓ ସମାଜର ମଙ୍ଗଳ କାମନା କରିବା ସହ ଉଦବୋଧନରେ ଶିଶୁ ମାନଙ୍କୁ ବାପା ଓ ମାଆ ସହିତ ସମାଜର ଅନ୍ୟ ଗୁରୁଜନମାନଙ୍କୁ ମଧ୍ଯ ସମ୍ମାନ ଦେଲେ ନିଜର ତଥା ସମାଜର ମଙ୍ଗଳ ହେବ ହେବ ବୋଲି କହିଥିଲେ | ମଞ୍ଚରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜ ରାଜକିଶୋର ଦାସ, ସଭାପତି ରୂପେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ବହଳୀ, ସମ୍ପାଦକ ଶିବଶଙ୍କର ଦାସ, କୋଷାଧ୍ୟକ୍ଷ ଶ୍ରୀମତୀ ଶକୁନ୍ତଳା ଦାସ ତଥା ସମ୍ମାନୀୟ ଅତିଥୂ ରୂପେ ଅବସର ପ୍ରାପ୍ତ ଉପ ଆରକ୍ଷୀ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା ଉପସ୍ଥିତ ଥିଲେ | ମଞ୍ଚରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିବା ପରେ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା ପିଲାମାନଙ୍କୁ କିଛି ଅଭିଭାଷଣ ଦେଇଥିଲେ | ପ୍ରାୟ ୭୦୦ ଜଣ ଭାଇ ଭଉଣୀମାନେ ସଂସ୍କୃତି ଆଧାରିତ ବିଭିନ୍ନ ଗୀତରେ ନୃତ୍ୟ, ନାଟକ- ଦର୍ପଣ ଓ ପିରାମିଡ଼ରେ ଅଂଶ ଗ୍ରହଣ କରିଥିଲେ | ନାଟକଟିର ଲେଖକ ଓ ନିର୍ଦ୍ଦେଶକ ଥିଲେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ ଲକ୍ଷ୍ମୀଧର ନାୟକ | ନୃତ୍ୟ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇ ରାତି ୧୦ଟା ୩୦ ରେ ଶେଷ ହୋଇଥୁଲା | ନୃତ୍ୟ ଗୀତ ଆରମ୍ଭ ପୂର୍ବରୁ ବିଭିନ୍ନ ପ୍ରକାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥ୍ ପୁରସ୍କାର କରିଥିଲେ | ସମ୍ପାଦକ ଶ୍ରୀଯୁକ୍ତ ଶିବଶଙ୍କର ଦାସ ମଂଚାସୀନ ଅତିų ଓ ସମ୍ମୁଖଭାଗରେ ଉପସ୍ଥିତ ଅନ୍ୟ ମାନ୍ୟ ବ୍ୟକ୍ତିମାନଙ୍କ ପରିଚୟ କରିବା ସହ ସମ୍ପାଦକ ଶିବଶଙ୍କର ଦାସ ମହୋଦୟ ମୁଖ୍ୟ ଅତିଥ୍ ଓ ଅନ୍ୟ ମାନ୍ୟ ବ୍ୟକ୍ତିଙ୍କୁ ସମ୍ବନ୍ଧିତ କରିଥିଲେ | ମଞ୍ଚ ପରିଚାଳନା କାର୍ଯ୍ୟ ଗୁରୁଜୀ ମନ୍ଦରଧର ସାହୁ କରିଥିବା ବେଳେ ଧନ୍ୟବାଦ ଶ୍ରୀମତୀ ଶକୁନ୍ତଳା ଦାସ ଦେଇଥିଲେ |ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା, ନନା, ନାନୀ ଓ ରାତ୍ର ଜଗୁଆଳି ଙ୍କ ସହଯୋଗ ରେ ବାର୍ଷିକ ଉତ୍ସବ ସଫଳ ହୋଇଥୂଲା |
