ବ୍ରହ୍ମପୁର ହରିଡ଼ାଖଣ୍ଡି ସ୍ଥିତ ବିଶ୍ୱକର୍ମା ମନ୍ଦିର ପରିସରରେ ବିଶ୍ୱକର୍ମା ଶିଳ୍ପ ସମବାୟ ସମିତିର ୩୨ ତମ ସାଧାରଣ ସଭା ଅନୁଷ୍ଟିତ ହୋଇଯାଇଛି
ପବିତ୍ର ଓଡ଼ିଆ ଚୋୖତ୍ର ଶୁକ୍ଳ ପ୍ରତିପଦାରେ କାର୍ଯକ୍ରମ ଆୟଜନ କରାଯାଇଥିଲା l ସମିତିର ସଭାପତି ସୂର୍ଯ୍ୟ ନାରାୟଣ ମହାରଣାଙ୍କ ତତ୍ତ୍ଵାବଧ ନରେ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା l ଆୟୋ ଜିତ କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଯୋଗ ଦେଇଥିଲେ l ବିଶ୍ୱକର୍ମା ବା ଶିଳ୍ପ ଶ୍ରେଣୀର ସମୁଦାୟ ନିଜର କୌଳିକ ଵୁର୍ତ୍ତିରେ ଜରିଆରେ ସମାଜ ସହ ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ହୋଇପାରିବ ସଭାରେ ଆଲୋକପାତ କରାଯାଇଥିଲା l କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ସବିତା ସାହୁ, ବ୍ରହ୍ମପୁର ବିଧାୟକଙ୍କ bemc ପ୍ରତିନିଧି ଅଶୋକ ଶୁକ୍ଳ,ବିଜେପି ନେତା ଜଗଦୀଶ ପାତ୍ର ପ୍ରମୁଖ ମଞ୍ଚାଶୀନ ରହିଥିଲେ l ବିଶ୍ୱକର୍ମା ଶିଳ୍ପ ସମବାୟ ସମିତିର ନୂତନ ଭାବେ ସଂରଚନା କରାଯାଇଥିଲା,ସାଧାରଣ ସଭାରେ ସର୍ବ ସମିତି କ୍ରମେ ହରିଚନ୍ଦ୍ର ମହାରଣା,ଶ୍ୟାମ ସୁନ୍ଦର ମହାରଣା ଧର୍ମେନ୍ଦ୍ର ମହାରଣା,ପ୍ରଶାନ୍ତ କୁମାର ମହାରଣା,ଲଡୁ କିଶୋର ମହାରଣା ଶଙ୍କର ମହାରଣା କାର୍ଯ୍ୟକରୀ ସଦସ୍ୟ ରୂପେ ନିର୍ବାଚିତ ହେଲେ l ପୁନର୍ବାର ସୂର୍ଯ୍ୟ ନାରାୟଣ ମହାରଣା ସଭାପତି ଓ ଜୟ ମହାରଣା ସମ୍ପାଦକ, ରୂପେ ନିର୍ବାଚିତ ହୋଇଥିଲେ l ବାଲ୍ଲିକ ମହାରଣା, ଜଗନ୍ନାଥ ମହାରଣା,ପଦ୍ମ ମହାରଣା,ବାଙ୍କ ମହାରଣା,ବିଜୟ କୁମାର ମହାରଣା, ସନ୍ତୋଷ ମହାରଣା,ଅଜୟ ମହାରଣା ସମେତ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
