ପ୍ରିୟପତ୍ରର ୩୮ତମ ବାର୍ଷିକ ଉତ୍ସବ ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହରେ ପାଳିତ ହୋଇଯାଇଛି।

ପ୍ରାରମ୍ଭରେ ସଂପାଦକ ବିପିନ ବିହାରୀ ଦଳାଇ ସଂପାଦକୀୟ ବିବରଣୀ ପାଠ କରିବା ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଓଡିଆ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡକ୍ଟର ତୋଫାନ ଜେନା, ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସିଂହ, ଶ୍ରୀଯୁକ୍ତ ଭଗବାନ ଦାଶ, ଶ୍ରୀଯୁକ୍ତ ପ୍ରଦୀପ୍ତଭାନୁ ମହାନ୍ତି, ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ଜେନା, ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ବାରିକ, ଶ୍ରୀଯୁକ୍ତ ଦୀପକ ମହାନ୍ତି, ରିଜ୍ୱ।ନ ମହମ୍ମଦ , ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ପରିଡ଼ା, ଶ୍ରୀମତୀ ରଞ୍ଜିତା ମିଶ୍ର, ଶ୍ରୀମତୀ ଦୀପିକା ଦାଶ, ଶ୍ରୀମତୀ ଅନୁପମା ବିଶ୍ୱାଳ, ପ୍ରିୟପତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ରସରାଜ ଏମାର କେଆର ସ୍ମୃତି ସମ୍ମାନରେ ଶ୍ରୀଯୁକ୍ତ ରମାକାନ୍ତ ମହାପାତ୍ର, ଶତୃଘ୍ନ ମହାନ୍ତି ସ୍ମୃତି ସମ୍ମାନରେ ଶ୍ରୀଯୁକ୍ତ ନୃସିଂହାନନ୍ଦ ମହାପାତ୍ର, ମାନବବାଦୀ ପ୍ରଗତିଶୀଳ ଲେଖକ ଗଙ୍ଗାଧର ମିଶ୍ର ସ୍ମୃତି ସମ୍ମାନରେ ଶ୍ରୀଯୁକ୍ତ ସୁରେଶ କୁମାର ପଟ୍ଟନାୟକ, ରାମଚନ୍ଦ୍ର ଦଳାଇ ସ୍ମୃତି ସମ୍ମାନରେ ଦାସଶ୍ରୀ କବି ଧର୍ମପଦ, ଶକୁନ୍ତଳା ଦଳାଇ ସ୍ମୃତି ସମ୍ମାନରେ ଶ୍ରୀମତୀ ନମିତା ସ୍ୱାଇଁ, ବୀରବଳଭଦ୍ରପୁର ନିବାସୀ ରଘୁନାଥ ମହାପାତ୍ର ସ୍ମୃତି ସମ୍ମାନରେ ଶ୍ରୀଯୁକ୍ତ ବିଜୟ କୁମାର ପଣ୍ଡା, ବିଶିଷ୍ଟ ଅନୁବାଦକ ବଳଭଦ୍ର ଦାସ ସ୍ମୃତି ସମ୍ମାନରେ ପଣ୍ଡିତ ମୃତ୍ୟୁଞ୍ଜୟ ଶତପଥୀ, ବିଶିଷ୍ଟ ଅଭିନେତା ସୁବଳ ଦାସ ସ୍ମୃତି ସମ୍ମାନରେ ଶ୍ରୀଯୁକ୍ତ ରାଜକିଶୋର ମହାରଣା, ବିଶିଷ୍ଟ ଅଭିନେତା ସୁବଳ ଦାସ ସ୍ମୃତି ସମ୍ମାନରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ବାରିକ, ଅଧ୍ୟାପକ ସରୋଜକାନ୍ତ ତ୍ରିପାଠୀ ସ୍ମୃତି ସମ୍ମାନରେ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର, ଅଭିଜିତ ପୂଜାହାରୀ ସ୍ମୃତି ସମ୍ମାନରେ ଅଭୀପ୍ସା ପ୍ରିୟଦର୍ଶିନୀ, ସଦାନନ୍ଦ ମଲ୍ଲିକ ସ୍ମୃତି ସମ୍ମାନରେ ପ୍ରଜ୍ଞାଲୀନ ସାହୁଙ୍କୁ ସମ୍ମାନିତ କରାଯାଇଥିଲା।

ପ୍ରିୟପତ୍ର ର ବାର୍ଷିକ ସଂଖ୍ୟା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ ଓଡିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ। ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର, ବିଶ୍ୱପ୍ରକାଶ ପଟ୍ଟନାୟକ, ସନ୍ତୋଷ କୁମାର ସେଠୀ, ବିଜୟଲକ୍ଷ୍ମୀ ଦାଶ ମିଶ୍ର, ବିପିନ ମହାନ୍ତି, ଡକ୍ଟର ତୋଫାନ ଜେନା, ଡକ୍ଟର ତୋଫାନ ଜେନା ରମାକାନ୍ତ ମହାପାତ୍ର, ଚକ୍ରଧର ମହାପାତ୍ର, ଡକ୍ଟର ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରବାସିନୀ ମିଶ୍ର, ସୁଚିତ୍ରା ନାୟକ, ପ୍ରଜ୍ଞାଲୀନ ସାହୁଙ୍କ ସଂଯୋଜନାରେ ୭୦ରୁ ଊର୍ଦ୍ଧ୍ବ କବି ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଡକ୍ଟର ସୁମିତା ବେହେରାଙ୍କ ରଚିତ ସଂକଳନ ‘ବାସ୍ କଥା ତ ଏତିକି’ ଏବଂ ଲକ୍ଷ୍ମୀପ୍ରିୟା ଦାଶଙ୍କ ରତିତ ‘ପୁରାଣ କଥା ‘ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିମଳ କୃଷ୍ଣ ଦାସ, ରଜତ ମହାନ୍ତି, ଜାନକୀ ବଲ୍ଲଭ ଦାଶ, ରତ୍ନାକର ବେହେରା, ଦେବଦତ୍ତ ବିଶ୍ୱରଂଜନ ମିଶ୍ର, ଅବିନାଶ ଦଳାଇ, ମିନତି ମିଶ୍ର , ଡକ୍ଟର ସସ୍ମିତା ମିଶ୍ର, ଲକ୍ଷ୍ମୀପ୍ରିୟା ଦାଶ ପରିଚାଳନା କରିଥିଲେ। ଲକ୍ଷ୍ମୀପ୍ରିୟା ମହାପାତ୍ର, ରୋଜାରାଣୀ ସାହୁ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ ଶେଷରେ ପ୍ରବାସିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *