ଜୀବନ ଜ୍ୟୋତି ମହାବିଦ୍ୟାଳୟ ର ୩୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ତା 21/1/26 କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ର ୩୯ତମ ବାର୍ଷିକ ଉଛବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୯ ବର୍ଷ ଧରି ଅଞ୍ଚଳର ଶିକ୍ଷା ଉନ୍ନତିରେ ମହାବିଦ୍ୟାଳୟର ଅବଦାନକୁ ସ୍ମରଣ କରି ଏହି ଉତ୍ସବ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଉମାକାନ୍ତ ରଥ ବାର୍ଷିକ ବିବରଣୀ ପଠନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗଦେଇ ସମାଜ ପରିବର୍ତ୍ତନ ସକାଶେ ଶିକ୍ଷା ର ଆବଶ୍ୟକତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ମତ ପ୍ରଦାନ କରିଥିଲେ।ମୁଖ୍ୟ ବକ୍ତା ଭାବେ ଉପ ଜିଲ୍ଲାପାଳ ଶ୍ରୀମତୀ ପ୍ରଣତି ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନ ଙ୍କୁ ଶିକ୍ଷା ସହ ଚରିତ୍ର ଗଢ଼ିବା, ନୈତିକତା ଓ ଶିଷ୍ଟାଚାରକୁ ଜୀବନର ଅଂଶୀଦାର କରିବାକୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ କୃପାସିନ୍ଧୁ ବେହେରା , ଜିଲ୍ଲା ପରିଷଦ ସଭ୍ଯ ଶ୍ରୀ ସତ୍ୟବାନ୍ ପାତ୍ର, ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରିନା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ, ତହସିଲଦାର ଶ୍ରୀ ବରିୟାଲ ମୁର୍ମୁ, ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ଏ ସ୍ଵର୍ଣ୍ଣ ଲତା ପାତ୍ର ଉପସ୍ଥିତ ରହି ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଏବଂ ଛାତ୍ରଛାତ୍ରୀ ଙ୍କ ଉନତି ସକାଶେ ନିଜ-ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।.ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଓ ମୁଖ୍ୟଅତିଥି ଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା.। କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଶ୍ରୀ ବେଣୁ ପାଣି ମହାପାତ୍ର ଏବଂ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ମଞ୍ଜୁଳା ସାହୁ ପରିଚାଳନା କରିଥିଲେ.।

Leave a Reply

Your email address will not be published. Required fields are marked *