କଳା ଓ ସଂସ୍କୃତିର ମାଟି ଭଦ୍ରକରେ ଅନୁଷ୍ଠିତ ହେବ ଏବିଭିପିର ସ୍ଵର୍ଣ୍ଣଜୟନ୍ତୀ ୫୦ତମ ରାଜ୍ୟ ଅଧିବେଶନ ।

କଳା ଓ ସଂସ୍କୃତିର ମାଟି ଭଦ୍ରକରେ ଅନୁଷ୍ଠିତ ହେବ ଏବିଭିପିର ସ୍ଵର୍ଣ୍ଣଜୟନ୍ତୀ ୫୦ତମ ରାଜ୍ୟ ଅଧିବେଶନ ।ଭବ୍ୟ ଅଧିବେଶନରେ ଯୋଗଦେବେ ରାଜ୍ୟବ୍ୟାପୀ ୫୦୦ରୁ ଉର୍ଦ୍ଧ୍ବ ଚୟନିତ ଛାତ୍ରନେତା – ଏବିଭିପି ଶିକ୍ଷା ଓ ସାମାଜିକ ସ୍ଥିତିର ଉନ୍ନତିକରଣ ନିମନ୍ତେ ପାରିତ ହେବ ପ୍ରସ୍ତାବ ।ଭଦ୍ରକ ତା୧୯ /୧୧/୨୦୨୫ – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ଭଦ୍ରକରେ ଅନୁଷ୍ଠିତ ହେବ ସ୍ଵର୍ଣ୍ଣ ଜୟନ୍ତୀ ଅର୍ଥାତ ୫୦ ତମ ରାଜ୍ୟ ଅଧିବେଶନ। ଏହି ରାଜ୍ୟ ଅଧିବେଶନ ରେ ଓଡିଶା ପୂର୍ବ ପ୍ରାନ୍ତର ୨୩ ଟି ସାଙ୍ଗଠନିକ ଜିଲ୍ଲାରୁ ୫୦୦ ରୁ ଉର୍ଦ୍ଧ ଛାତ୍ରନେତା,ଅଧ୍ୟାପକ ଓ ଶିକ୍ଷାବିତ୍ ମାନେ ଯୋଗ ଦେବାକୁ ଯାଉଛନ୍ତି। ଏହି ଅଧିବେଶନରେ ଏବିଭିପିର ରାଜ୍ୟସ୍ତରୀୟ ପଦାଧିକାରୀ ନିର୍ବାଚନ ହେବା ସହିତ ନୂତନ ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା କରାଯିବ । ଏହା ସହିତ ଶିକ୍ଷା ଓ ସାମାଜିକ ସ୍ଥିତିର ଉନ୍ନତି ଏବଂ ସୁଧାରିକରଣ ନିମନ୍ତେ ପ୍ରସ୍ତାବ ଦ୍ବୟ ଛାତ୍ରନେତା ମାନଙ୍କ ଦ୍ଵାରା ପାରିତ ହେବ । ଛାତ୍ରସଂସଦ ନିର୍ବାଚନ ଓ ଶିକ୍ଷାର ବିଭିନ୍ନ କ୍ୟାମ୍ପସରେ ଶିକ୍ଷାର ବିଭିନ୍ନ ବିଷୟରେ ଚର୍ଚ୍ଚା ଓ ଆଲୋଚନା ହେବା ସହିତ ଆଗାମୀଦିନରେ ଏବିଭିପି ଓଡିଶାର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଚର୍ଚ୍ଚା ହେବ।

ଏହି ଅଧିବେଶନରେ ଭଦ୍ରକ ନଗରର ୧୫୦୦ ରୁ ଉର୍ଦ୍ଧ ବିଦ୍ୟାର୍ଥୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା କରିବା ସହିତ ରାଜ୍ୟର ଛାତ୍ରନେତା ମାନଙ୍କ ଦ୍ଵାରା ଖୋଲା ମଞ୍ଚ ରୁ ଉଦବୋଧନ ରହିବ। ଏହି ଅଧିବେଶନ ଆସନ୍ତା ୨୩,୨୪ ଓ ୨୫ ଡିସେମ୍ବର ୨୦୨୫ ଭଦ୍ରକ ସ୍ଥିତ ଗାନ୍ଧି ପଡିଆ ଠାରେ ଆୟୋଜିତ ହେବାକୁ ଯାଉଅଛି । ଭଦ୍ରକ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାମାନେ ସଂଗଠନର ମହାଉତ୍ସବ ପାଳନ କରିବା ନିମନ୍ତେ ପୂର୍ଣ୍ଣପ୍ରସ୍ତୁତି ରେ ନିୟୋଜିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ଅଧିବେଶନ ନିମିତ୍ତ ପୋଷ୍ଟର ଉନ୍ମୋଚନ କରାଯାଇଛି। ଏହି ସୁବର୍ଣ୍ଣ ଜୟନ୍ତୀ ରାଜ୍ୟ ଅଧିବେଶନ ଦ୍ଵାରା ବିଦ୍ୟାର୍ଥୀ ସମାଜରେ ଏକ ରାଷ୍ଟ୍ରବାଦର ବାର୍ତ୍ତା ସାରା ରାଜ୍ୟବ୍ୟାପୀ ଯିବ ବୋଲି ରାଜ୍ୟ ସମ୍ପାଦକ ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ ନିଜର ମତ ରଖିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ସୁଶ୍ରୀ ଦିପ୍ତିମୟୀ ପ୍ରତିହାରୀ, ରାଜ୍ୟ ସାବିଷ୍କାର ସହ ସଂଯୋଜକ ଦେବୀ ପ୍ରସାଦ ଦାଶ, ଜିଲ୍ଲା ପ୍ରମୁଖ ସ୍ଵାଧୀନ ସୁନ୍ଦର ଦାସ, ଜିଲ୍ଲା ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ, ବିଭାଗ ଏସଏଫଡି ପ୍ରମୁଖ ସୁଶ୍ରୀ ମାଧୁରୀ ରାଉତ, ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ସହ ସଂଯୋଜିକା ପୂଜା ରାଣୀ ମଲ୍ଲିକ, ବିଶ୍ଵନାଥ ଲାହା, ହିମାଂଶୁ ମହାରଣା, ଶୁଭମ ରାଉତ, ସତ୍ୟ ବ୍ରତ ପଣ୍ଡା, ରଶ୍ମି ରଞ୍ଜନ ମହାନ୍ତି, ପ୍ରିତିକାନ୍ତ ଜେନା, ଗୋପୀ କ୍ରୀଷ୍ଣା ବାରିକ, ରଞ୍ଜୁଲତା ପୁଟିଆ, ଶୁଭମ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *