ଉଦଳା ମହାବିଦ୍ୟାଳୟ ର ୫୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଉଦଳା ମହାବିଦ୍ୟାଳୟ ର ୫୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ଉଦଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଯତିନ କୁମାର ମାହାକୁଡ ଙ୍କ ସଭାପତିତ୍ଵ ରେ ୨୦୨୪-୨୫ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରିଡା, ଯୁବ ବ୍ୟାପାର ଓ ସଂସ୍କୃତି ବିଭାଗର ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ସ୍ଵବକ୍ତବ୍ୟ ରେ କହିଥିଲେ “ଏହି ଐତିହ ସମ୍ପର୍ଣ୍ଣ ଅନୁଷ୍ଠାନ ଗୁଣାତ୍ମକ ଶିକ୍ଷା ଦାନ ପାଇଁ ସମଗ୍ର ରାଜ୍ୟରେ ଅନନ୍ୟ ଓ ସ୍ଵତନ୍ତ୍ର” । ସମ୍ମାନୀୟ ଅତିଥି ଭାବରେ ଲୋକସଭା ସାଂସଦ ମାନ୍ୟବର ନବଚରଣ ମାଝି, ବାରିପଦା ବିଧାୟକ ମାନ୍ୟବର ପ୍ରକାଶ ସୋରେନ ଓ ସ୍ଥାନୀୟ ବିଧାୟକ ମାନ୍ୟବର ଭାସ୍କର ମଢେଇ ପ୍ରମୁଖ ଯୋଗ ଦେଇଥିଲେ ଏବଂ ସ୍ଵାବକ୍ତବ୍ୟରେ ଏହି ପୁରାତନ ଅନୁଷ୍ଠାନ ସ୍ଵୟଂ ଶାସିତ ହେବା ଉଚିତ ଓ ସ୍ନାତୋକତ୍ତୋର ଶ୍ରେଣୀ ଖୋଲିବା ଦରକାର ବୋଲି ଦର୍ଶାଇଥିଲେ । ପ୍ରାରମ୍ଭରେ ପ୍ରଶାସନିକ ଅଧିକାରୀ ଡ଼ ଆଲୋକ ରଞ୍ଜନ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ ।ମହାବିଦ୍ୟାଳୟ ଦ୍ଵାରା ଅନୁଷ୍ଠିତ ବିଭିନ୍ନ କ୍ରିଡା ଓ ସଂସ୍କୃତିକ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଛାତ୍ର /ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରଷ୍କାର ଓ ମାନପତ୍ର ପ୍ରଦାନ କରଯାଇଥିଲା । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ଅଧ୍ୟାପକ ସୁଧାକର ଆଚାର୍ଯ୍ୟ । ଏହି ସଭାକୁ ସାଫଲ୍ୟ କରିବାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ର / ଛାତ୍ରୀ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ଥିଲା । ଦ୍ଵିତୀୟ ଦିବସରେ ଥିବା ସଂସ୍କୃତିକ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ତରଫରୁ ବାତିଲ କରାଯାଇଛି, ମାନ୍ୟବର ପୂର୍ବତନ ପ୍ରଧାନମନ୍ତ୍ରୀ ୰ଡ଼ ମନମୋହନ ସିଂହ ଙ୍କ ବିୟୋଗରେ । ଅନୁଷ୍ଠାନ ତରଫରୁ ଏକ ଶୋକ ସଭା ର ଆୟୋଜନ କରଯାଇଥିଲା ଓ ତତ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭ଦିନ ଶୋକ ପାଳନ ପରେ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ ।
