ରଘୁନାଥପୁର ବ୍ଲକର ଏରଡଙ୍ଗା ପଞ୍ଚାୟତର ନାଲିବର ଆଞ୍ଚଳିକ ଯୁବକ ସଂଘ ଆନୁକୂଲ୍ୟରେ ତିନି ଦିନ ଧରି ୫ମ ସଂସ୍କରଣ ନାଲିବର କ୍ରିକେଟ ଲିଗ୍ ଆୟୋଜିତ।

ରଘୁନାଥପୁର ତା:-୨୩-୩ରିଖ-::–ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଏରଡଙ୍ଗା ପଞ୍ଚାୟତର ନାଲିବର ଅଞ୍ଚଳର ଯୁବ ପ୍ରତିଭାର ବିକାଶ ଓ ଅନ୍ୱେଷଣ ତଥା ଭାଇଚାରାର ବାର୍ତା ପ୍ରତିଫଳନ ହୋଇଥାଏ ଏହି କ୍ରିକେଟ ଲିଗରେ।ଲିଗକୁ ଆଞ୍ଚଳିକ ଯୁବକ ସଂଘର ବୟୋଜ୍ୟେଷ୍ଠ ଉପଦେଷ୍ଟା ସାହିତ୍ୟିକ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ବେହେରା ଉଦଘାଟିତ କରିଥିଲେ। ୨ୟ ଦିନରେ ନାଲିବର ଆଞ୍ଚଳିକ ଯୁବକ ସଂଘର ଅନ୍ୟତମ ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ପଦ୍ମ ଚରଣ ସାହୁ ଏବଂ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଅଞ୍ଚଳର ଖେଳର ବିକାଶ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ କୃତି ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଦଯାପନୀ ଦିନରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବନେତା ଡ଼ଃ ପ୍ରକାଶ ଦଳାଇ ଏବଂ ଶିକ୍ଷାବିତ୍ ପ୍ରମୋଦ ଦାଶ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଚମ୍ପିଆନ୍ ଟିମକୁ ଟ୍ରଫି ପ୍ରଦାନ କରିଥିଲେ।ଖେଳକୁ ଆଞ୍ଚଳିକ ଯୁବକ ସଂଘର ସଭାପତି ତ୍ରିଲୋଚନ ପାତ୍ର, ସଂପାଦକ ସ୍ମୃତି ରଂଜନ ବେହେରା, ସ୍ମୃତି ରଂଜନ ନାୟକ, ସୁଶୀଲ ଖଟୁଆ, ବୀରକିଶୋର ବାରିକ,ସୁନୀଲ ସାମଲ, ଜ୍ୟୋତି ପ୍ରକାଶ ଦାସ, ଲକ୍ଷ୍ମୀଧର ମଣ୍ଡଳ,ସୁମିତ୍ ନାୟକ,ବିଶ୍ବଭୂଷଣ ବେହେରା,ତୋଫାନ ଦଳାଇ,ପ୍ରଭାସ ପରିଡ଼ା ତଥା ନାଲିବର ଆଞ୍ଚଳିକ

ଯୁବକ ସଂଘର ସମସ୍ତ ଦେବତୁଲ୍ୟ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ପରିଚାଳିତ ହୋଇଥିଲା। ଏକ ରୋମାଞ୍ଚକର ଓ ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚରେ ଟସ୍ ଜିତି ରୟାଲ ଏକାଦଶ ୮ ଓଭରରେ ୧୧୭ ରନରେ କରିଥିଲା ୧୧୭ ରନର ଲକ୍ଷ୍ୟକୁ ପିଛା କରି ମହାକାଲ୍ ଏକାଦଶ ୬.୨ ଓଭରେ ବିଜୟର ସ୍ବାଦ ଚାଖିଥିଲା।ଫାଇନାଲ ମ୍ୟାଚକୁ ସଂଗ୍ରାମ ଦାଶ ଏବଂ ରାଜା ଅମ୍ପାୟାର ଭାବେ ପରିଚାଳନା କରିଥିଲେ।ଲିଗର ବରିଷ୍ଠ ଖେଳାଳି ଭାବେ ରଜନୀକାନ୍ତ ମଲ୍ଲ ଏବଂ କନିଷ୍ଠ ଖେଳାଳି ଭାବେ ରିଶି,ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଅରୁଣ ମହାରଣା,ଶ୍ରେଷ୍ଠ ବୋଲର ସୋମ୍ୟ ରଞ୍ଜନ ସ୍ବାଇଁ, ଶ୍ରେଷ୍ଠ ଫିଲଡର୍ ଅଭିଷେକ ମହାନ୍ତି,ଲିଗର ଶୃଖଳିତ ଦଳ (ଆର୍ ଆର୍ ଆର୍),ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ସତ୍ୟ ରଂଜନ ଦାସ,ଶ୍ରେଷ୍ଠ ସ୍ବେଚ୍ଛାସେବୀ ଚନ୍ଦନ, ଶ୍ରେଷ୍ଠ ଭାଷ୍ୟକାର ଭାବେ ସତ୍ୟଜିତ ନାୟକ ଏବଂ ସୋଭାଗ୍ୟ ରଂଜନ ଜେନା ପୁରସ୍କୃତ ହୋଇଥିଲେ।

Leave a Reply

Your email address will not be published. Required fields are marked *