ଜଗତସିଂହପୁର ଜିଲ୍ଲା ର୍ ସର୍ବ ପୁରାତନ SVM କଲେଜର 62 ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟର ୬୨ ତମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଅତିଥି ଭାବେ ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ ସୋନାଲ,ଏସପି ଭବାନୀ ଶଙ୍କର ଉଦଗାତା, ପ୍ରାକ୍ତନ ଛାତ୍ର ତଥା ୟୁକେ ର ପ୍ରତିଷ୍ଠିତ ଉଦ୍ୟୋଗପତି ପାର୍ଥ ପଣ୍ଡା ଓ ବିଶ୍ଵଜିତ ନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷ ନରେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗ ଦେଇ ମହାବିଦ୍ୟାଳୟର ଐତିହ ଓ ଗାରିମା ଉପରେ ବକ୍ତବ୍ୟ ରଖିବା ସହିତ ଆଗାମୀ ଦିନରେ କଲେଜ କିପରି ଆହୁରି ଉନ୍ନତି କରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।
