୮୩ ତମ ସହିଦ ସ୍ମୃତିଦିବସସ୍ମୃତି ସାଇତିଛି ଚାନ୍ଦିଆପଶି ଲୁଣିଆ ସହିଦ ନଗର।
Date:- 23/09/2025Place:- Bhadrakଇଂରେଜ ଶାସନରୁ ମୁକ୍ତି ପାଇଁ ଭାରତବର୍ଷରେ ହୋଇଥିବାସ୍ବାଧୀନତା ଆନ୍ଦାଳନର ଇତିହାସରେ ଧାମନଗର ବ୍ଲକ ଲୁଣିଆ ଗୁଳିକାଣ୍ଡ ଆଜି ବି ପ୍ରତ୍ୟେକ ଦେଶପ୍ରେମୀଙ୍କୁ ଶିହରିତ କରିଥାଏ। ୮୩ବର୍ଷ ପୂର୍ବେ ଏଠାରେ ଇଂରେଜ ପୁଲିସଙ୍କ ଗୁଳିରେ ଟି ପଡ଼ିଥିଲେ ୯ ସଂଗ୍ରାମୀ। ସେମାନଙ୍କ ବଳିଦାନ ଯୁଗେଯୁଗେ ଯୁବପିଢ଼ିଙ୍କୁ ଦେଶପ୍ରେମରେ ଉଦବେଗ କରୁଛି। ୧୯୪୨ ମସିହାରେ ଗାନ୍ଧିଜୀଙ୍କ ଆହ୍ଵାନରେ ସବୁଠି ଭାରତ ଛାଡ଼ ଆନ୍ଦୋଳନର ସ୍ବର ଶୁଭୁଥାଏ। ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଭଦ୍ରକ ଅଞ୍ଚଳରେ ବ୍ରିଟିଶ ବିରୋଧୀ ଅସନ୍ତୋଷ କୁହୁଳୁ ଥିବାବେଳେ ଧୁଷୁରୀ ଅଞ୍ଚଳକୁ ସଂଗ୍ରାମୀମାନେ ସ୍ଵାଧୀନ ଘୋଷଣା କରି ସାରିଥିଲେ। ସ୍ଵାଧୀନ ହେବାର ସ୍ୱପ୍ନ ନେଇ ଧାମନଗର ଥାନା ଅଧୀନ କଟସାହି, ଖପରପଦା, ଲୁଣିଆ, ଶ୍ରୀଗଙ୍ଗା ପାଟଣା ଆଦି ଅଞ୍ଚଳରେ ସର୍ଦ୍ଦାର ମୂରଲୀଧର ପଣ୍ଡାଙ୍କ ନେତୃତ୍ୱରେ ଆନ୍ଦୋଳନ ତୀବ୍ର ରୂପ ନେଇ ସାରିଥାଏ। ଆନ୍ଦୋଳନର ନେତା ମୁରଲୀଙ୍କୁ ଗିରଫ କରିବା ପାଇଁ ଧାମନଗର ଥାନାର ତତ୍କାଳୀନ ଅଧିକାରୀ ବଳରାମ ବେହେରାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଆସୁଥିବା ଖବର ପ୍ରଚାର ହୋଇଥିଲା।

ଏହାକୁ ବିରୋଧ କରିବାକୁ ହଜାର ହଜାର ଜନତା ଚାନ୍ଦିଆପଶି ପଡ଼ି ଆରେ ୧୯୪୨ ମସିହା ସେପ୍ଟେମ୍ବର ୨୨ତାରିଖ ଏକତ୍ରିତ ହୋଇଥିଲେ। ସେମାନେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ପୁଲିସ ନେହୁରା ହୋଇ ବନ୍ଧୁକ ଫେରି ପାଇବା ପରେ ସଂଗ୍ରାମୀଙ୍କ ଉପରେ ଗୁଳି ଚାଳନା ଆରମ୍ଭ କରିଥିଲା। ଚାହୁଁ ଚାହୁଁ ସେଠାରେ ଟଳି ପଡ଼ିଥିଲେ ୯ଜଣ ସଂଗ୍ରାମୀ। ସେମାନେ ହେଲେ ରାଜୁଆଳିର ନିଧୁ ମହାଳିକ(୫୫), କୃଷ୍ଣ ମହାଳିକ(୨୮), ଶ୍ୟାମ ମହାଳିକ(୩୫), ଲୁଣିଆର ଅଗଣି ସାହୁ (୫୨), କଟସାହିର ଗୋପୀନାଥ ଯେନା(୨୫), କାଶିପୁରର ନବ କିଶୋର ନାୟକ(୩୨), ଶୁଶୁଆର ଗୌରୀ, ପଥରଡ଼ିହର ଚିନ୍ତାମଣି ଦାସ(୫୫) ଏବଂ ଖପରପଦାର ଶଙ୍କର ବେହେରା(୫୦)। ଇତିମଧ୍ୟରେ ଅନେକ ଦିନ ଅତିକ୍ରାନ୍ତ ହୋଇଛି। ଅବଶ୍ୟ ଉକ୍ତ ସ୍ଥାନକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିଛନ୍ତି। କିନ୍ତୁ ବିକାଶ କଥାଲୁ ଭୁଲି ଯାଇଛନ୍ତି। ଆଜି ହେଉଛି ସହିଦ୍ ଦିବସ। ହୁଏତ କିଛି ନେତା ବା ମନ୍ତ୍ରୀ ଓ ବହୁ ସମାଜସେବୀ ଏଠାରେ ପହଞ୍ଚିବେ। ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିବେ। ସହିଦ୍ ପରିବାରକୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ। ବାସ ଏତିକିରେ ସରିଯିବ ସେମାନଙ୍କ ଚିରାଚରିତ କର୍ତ୍ତବ୍ୟ।
