ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡ
ସୋରଡ଼ା ଥାନାରେ ଅଭିଯୋଗ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାରେ ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ଆଜି ଶୁଣାଣି କରିଛନ୍ତି। ଅଭିଯୁକ୍ତ ସୁଦର୍ଶନ ପାତ୍ରକୁ ଜଜ୍ ପ୍ରଣତି ପଟ୍ଟନାୟକ ୨୦ ବର୍ଷ ଜେଲଦଣ୍ଡ ସହ ନଗଦ ୫ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ୬ ମାସ ଜେଲଦଣ୍ଡ ଶୁଣାଇଛନ୍ତି।ସୁଚନା ଅନୁଯାୟୀ, ଅଗଷ୍ଟ ୩୦ ତାରିଖ ୨୦୨୩ ରେ ଏହି ଅଞ୍ଚଳର ତୃତୀୟ ଶ୍ରେଣୀ ପଢୁଥିବା ଜଣେ ନାବାଳିକା ନିଜ ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିଲା ବେଳେ ୪୮ ବର୍ଷ ଅଭିଯୁକ୍ତ ସୁଦର୍ଶନ ଏକ ଗଛବୁଦା ମୁଳକୁ ତାକୁ ଟେକି ନେଇ ଦଜବରଦସ୍ତୀ ଦୁଷ୍କର୍ମ କରିଥିଲା। ଘଟଣା ପରେ ନାବାଳିକା ଜଣଙ୍କ କାନ୍ଦି କାନ୍ଦି ଆସି ପରିବାର ଲୋକଙ୍କୁ କହିଲା ପରେ ପରିବାର ଲୋକେ ସୋରଡ଼ା ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ଗ୍ରହଣ କରି ତତ୍କାଳୀନ ସୋରଡ଼ା ଥାନା ଅଧିକାରୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଜେଲ୍ ପଠାଇଥିଲେ।
