ସରକାରୀ ଜମି ଜବର ଦଖଲ ଉଛେଦ ପାଇଁ ୧୦୦୦ ଜଣକୁ ନୋଟିସ କଲେ ପ୍ରଶାସନ ।
ଫୁଲବାଣୀ ,କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ମୁନିସିପାଲିଟି ର ୧୩ ଗୋଟି ୱାର୍ଡ ରେ ଥିବା ସରକାରୀ ଜମି ଜବର ଦଖଲ କରି ୩୦ ବର୍ଷରୁ ୭୦ ବର୍ଷ ଧରି ରହୁଥିବା ଘର ଗୁଡିକୁ ଉଛେଦ କରାଯିବାକୁ ଫୁଲବାଣୀ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ନୋଟିସ ଜାରି କରିଛନ୍ତି ।ଫଳରେ ଶତାଧିକ ମହିଳା ଓ ପୁରୁଷ ତହସିଲଦାରଙ୍କୁ ସାକ୍ଷାତକରି ଉପଜିଲ୍ଲାପାଳ ଶ୍ରୀ ଭିକାରି ସାହୁଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ଶ୍ରୀ ସାହୁ ଖଜୁରୀପଡାରେ ଆପତ୍ତି ଅଭିଯୋଗ ଦିବସରେ ଯୋଗଦେବାକୁ ଯାଇ ଥିବାରୁ ଉପଜିଲାପାଳ ଅଫିସଗେଟ ଆଗରେ ମହିଳାମାନେ ଧାରଣାରେ ବସିଥିଲେ ।

ତହସିଲଦାର ଉପଜିଲ୍ଲାପାଳ ଙ୍କ ଅଫିସକୁ ଆସି ଉତ୍ତେଜିତ ମହିଳା ମାନଙ୍କୁ ଧାରଣା ରୂ ଉଠିବାକୁ କହିଥିଲେ । କିନ୍ତୁ ଉଛେଦ ଆଦେଶ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ସେମାନେ ସେଠାରୁ ଯିବେ ନାହିଁ ବୋଲି କହିଥିଲେ । ତହସିଲଦାର ସେଠାରୁ ଫେରି ଯାଇ ପୋଲିସପଠାଇଥିଲେ । କୁଇ ସମାଜ ନେତା ତଥା କୁଇ ସମାଜ ସମନ୍ବୟ ସମିତି କମିଟି ର ସାଧାରଣ ସମ୍ପାଦକ ଶ୍ରୀ ଲମ୍ବୋଦର କଂହର ଲୋକଙ୍କର ସମସ୍ୟା ସମାଧାନ ପାଇଁ ତହସିଲଦାର ପ୍ରିୟଙ୍କାପ୍ରିୟ ଦର୍ଶନୀ ସହ କଥା ବାର୍ତ୍ତା କରିଥିଲେ ।
