ଆଶା ଚୟନରେ ପୁଣି ଦୃନୀତି ନୀରବ ସ୍ରଷ୍ଟା ସାଜିଛି ପ୍ରଶାସନ ।
ଆଶା ଚୟନରେ ବାରମ୍ବାର ଦୃନୀତିର ଅଭିଯୋଗ କଲେ ମଧ୍ୟ୍ୟ ଶୁଣୁନି ପ୍ରଶାସନ । ଏମିତି ଅଘଟଣ ଘଟିବାରେ ଲାଗିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ । ଦାଇତ୍ୱରେ ଥିବା ବି.ପି.ଏମ ସାନ୍ତୁନୁ ସାହୁଙ୍କ ବିରୋଧରେ କୋଟଗଡ ବ୍ଲକର ଅନେକ ପଞ୍ଚାୟତ ବାସି ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ ଜିଲ୍ଲା ପ୍ରଶାସନ ବି.ପି.ଏମ ସାନ୍ତୁନୁ ସାହୁଙ୍କୁ ଘଣ୍ଟ ଘୋଡେଇ ରଖିଛନ୍ତି ବୋଲି କହିଛନ୍ତି ପଞ୍ଚାୟତ ବାସି ।କିଛିଦିନ ପୂର୍ବେ କୋଟଗଡ ବ୍ଲକର ପକାରୀ ଗ୍ରାମ ପଞ୍ଚାୟତର ଗୁଡିକି ଗ୍ରାମ ୱର୍ଡ ନମ୍ବର ୦୧ କିଛି ଗ୍ରାମ ବାସି ଆଶା ନିଯୁକ୍ତିରେ ଦୃନୀତିର ଅଭିଯୋଗ ସ୍ଥାନୀୟ ବି.ପି.ଏମ ସାନ୍ତୁନୁ ସାହୁଙ୍କ ବିରୋଧରେ ଜାନୁୟାରୀ ୨୮.୦୧.୨୦୨୫ରେ ଜିଲ୍ଲାପାଳଙ୍କୁ ଅଭିଯୋଗ ପାଇଁ ଆସିଥିଲେ କିନ୍ତୁ ଜିଲ୍ଲାପାଳ କାର୍ଯାଳୟରେ ନଥିବା ହେତୁ ବାସ ଭଵନ ଜାଇ କୋଣସି ଜଣେ ସରକାରୀ କର୍ମଚାରୀଙ୍କୁ ଦେଇ ନିରାଶ ହୋଇ ଯାଇଥିଲେ । ସେମିତି ସମାନ ଅଭିଯୋଗ ସେହି କୋଟଗଡ଼ ବ୍ଲକର ଓରା ପଞ୍ଚାୟତ ଆଟାଲି ପଡିପଙ୍ଗା ଗ୍ରାମର ଗ୍ରାମବାସି ସେହି ସ୍ଥାନୀୟ ବି.ପି.ଏମ ସାନ୍ତୁନୁ ସାହୁଙ୍କ ବିରୋଧରେ ଆଶା ନିଯୁକ୍ତିରେ ଦୃନୀତି ହୋଇଛି ବୋଲି ଜାଣିପାରି ସ୍ଥାନୀୟ କୋଟଗଡ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ସେଠାରେ ମଧ୍ୟ୍ୟ କୋଣସି ନ୍ୟାୟ ନପାଇ ଶେଷରେ ଗ୍ରାମର ୱର୍ଡ ମେମ୍ବର ସହିତ କିଛି ଗ୍ରାମବାସି ଜିଲ୍ଲାପାଳଙ୍କୁ ଫେବୃଆରୀ ମାସ ୭.୨.୨୦୨୫ ଅଭିଯୋଗ କରିବାକୁ ଆସିଥିଲେ କିନ୍ତୁ ସେଦିନ ମଧ୍ୟ୍ୟ ଜିଲ୍ଲାପାଳ କାର୍ଯ୍ୟଳୟରେ ନଥିବା ହେତୁ ଜଣେ ସାମ୍ବାଦିକଙ୍କ ସାହାଯ୍ୟରେ ଜିଲ୍ଲାପାଳ ବାସଭନରେ ଦେଇଥିଲେ । ଜଣେ ସରକାରୀ କର୍ମଚାରୀ ନାମରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ୍ୟ କୋଣସି ପଦକ୍ଷେପ ନେଉନାହିଁ ଜିଲ୍ଲା ପ୍ରଶାସନ ସେଥିପାଇଁ ଦୃନୀତି କରିବା ପାଇଁ ସୁଯୋଗ ପାଉଛନ୍ତି କର୍ମଚାରୀ ବୋଲି କହିଛନ୍ତି ଗ୍ରାମବାସି । ଆଗକୁ ଦେଖିବାର ବାକି ରହିଲା ଜଣଙ୍କ ନାମରେ ଦୁଇ ଦୁଇ ଥର ଅଭିଯୋଗ ପରେ ମଧ୍ୟ୍ୟ କିପରି ପଦେକ୍ଷପ ନେଉଛି ପ୍ରଶାସନ ।
