ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି ପ୍ରଶାସନ

ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି ପ୍ରଶାସନ, ମେଡିକାଲ ବୋରି° ପାଣିରେ ନିର୍ମାଣ ହେଉଛି ଡ୍ରେନଗଣିଆ -ସୀମା ଟପି ଗଲାଣି ଠିକାଦାରଙ୍କ ମନମାନୀ । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଖରେ ବନ୍ଧା ପଡ଼ିଛି ପ୍ରଶାସନ । ସାଧାରଣ ଜନତା ପାଲଟିଛନ୍ତି ଜଳକା । ଗଣିଆ ମେଡିକାଲ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯାଉଛି । ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହେବ ଏଠାରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅଧାପନ୍ତରିଆ ହୋଇ ପଡ଼ିରହିଛି । କାର୍ଯ୍ୟ ଅବଧି ଶେଷ ହୋଇ ଯାଇଥିବା ବେଳେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଏପରି ଅବସ୍ଥା ଲାଗି ରହିଛି । ଏପଟେ ଠିକାଦାର ଜଣକ ମେଡିକାଲ କାର୍ଯ୍ୟ ଛାଡି କୃଷ୍ନପଲ୍ଲୀ ଠାରେ ଏକ ଡ୍ରେନ କାର୍ଯ୍ୟ କରୁଛନ୍ତି । ତେବେ ଗଣିଆ ଠାରୁ ୧୦ କିଲୋମିଟର ଦୂର ଏହି ଗ୍ରାମରେ ଡ୍ରେନ କାର୍ଯ୍ୟ ପାଇଁ ଠିକାଦାର ଜଣକ ଗଣିଆ ମେଡିକାଲ ବୋରି°ରୁ ପାଣି ନେଇ କାମ କରୁଛନ୍ତି । ମେଡିକାଲ ପରିସରରେ ପାଣି ନଥିବାରୁ ଅନେକ ସମସ୍ୟା ଦେଖାଦେଇଥିବା ଗତ ରୋଗୀ କଲ୍ୟାଣ ସମିତି ବୈଠକରେ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଜଣାଇଥିବା ବେଳେ ଠିକାଦାର କାହା ଅନୁମତିରେ ମେଡିକାଲ ବୋରି°ରୁ ପାଣି ନେଉଛି ତାହା ତଦନ୍ତ ସାପେକ୍ଷ । ବୋରି° ପାଣିରେ ଡ୍ରେନ ନିର୍ମାଣ କେତେଦୂର ଯୁକ୍ତିଯୁକ୍ତ? ଏପରିକି ଉକ୍ତ ଅଧାପନ୍ତରିଆ ମେଡିକାଲ ଗୃହ ଏବେ ଗୋଦାମଘର ପାଲଟିଛି । ଠିକାଦାର ଏଠାରେ ଛଡ ସିମେଣ୍ଟ ରଖି ଅନ୍ୟ ସ୍ଥାନରେ ଠିକାକାର୍ଯ୍ୟ କରୁଛନ୍ତି । ଠିକାଦାରଙ୍କ ପ୍ରତି ବିଭାଗୀୟ ଅଧିକାରୀଙ୍କ ଅପାରଗତା ନା ଅନୁକମ୍ପା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଶନିବାର ସକାଳୁ ବୋରି°ରୁ ପାଣି ନେଉଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ଧୀରଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି । ଶ୍ରୀ ଧୀର ଠିକାଦାରଙ୍କୁ ପାଣି ନେବାକୁ ମନା କରିବେ ବୋଲି ପ୍ରକାଶ କରିଛନ୍ତି । ତେବେ କନିଷ୍ଠ ଯନ୍ତ୍ରୀ ଶ୍ରୀ ଧୀର ଗଣିଆକୁ ନଆସି ନୟାଗଡ଼ରେ ରହୁଥିବା ବେଳେ ଏ ସମ୍ପର୍କରେ ଖବର ପ୍ରସାରଣ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ତେବେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *