ପୁରୀ ରେ ହେବାକୁ ଥିବା ବିମାନବନ୍ଦର ଅନିଶ୍ଚିତତା ଭିତରେ ରହିଛି

ପୁଣି ଅନିଶ୍ଚିତତା ଘେରରେ ପୁରୀରେ ହେବାକୁ ଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର । ଏବେ ଏହି ପ୍ରକଳ୍ପ ଉପରେ ପଡିଛି ଏନଜିଟି ବା ନ୍ଯାସନାଲ ଗ୍ରୀନଟ୍ରିବୁନାଲର ଛାଟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଯାବତ ମିଳିନି ପରିବେଶ ମଂଜୁରୀ । ଯାହାକୁ ନେଇ ଏଁବେ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି ବିମାନବନ୍ଦରର ଭାଗ୍ଯ । ଏନଜିଟିରେ ହୋଇଥିବା ମାମଲାରେ ଏନେଇ ପକ୍ଷ ରଖି ପରିବେଶ ମଂଜୁରୀ ନ ଥିବା କହିଛନ୍ତି ପୁରୀ ଡିଏଫଓ । ତେବେ କାହିଁକି ମିଳିନି ପରିବେଶ ମଂଜୁରୀ ଆସନ୍ତୁ ଜାଣିବା । ପୁରୀ ଡିଏଫଓଙ୍କ ସୁଚନା ଅନୁୟାୟୀ ବିମାନବନ୍ଦର ପାଇଁ ଆବଶ୍ଯକ ଜମିରେ ୨୭.୮୮ ହେକ୍ଟର ଜମି ରହିଛି ଜଙ୍ଗଲ ଜମି । ତେଣୁ ତା ବଦଳରେ ସେତିକି ଜଙ୍ଗଲ ଜମି ସରକାର ଜଙ୍ଗଲ ବିଭାଗକୁ ଦେବେ । ପୁଣି ସେହି ଅଂଚଳ ସମୁଦ୍ର କୂଳବର୍ତ୍ତି ହୋଇଥିବାରୁ ସେଠାରେ ଅଳିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ୪ଟି ପ୍ରୋଟେକ୍ସନ କ୍ଯାମ୍ପ ସହ ହାଚେରୀ କରାଯାଇଥାଏ । ତାହାକୁ ଅସ୍ଥାୟୀ ଭାବେ କରାଯାଉଥିବା ବେଳେ ବିମାନବନ୍ଦର ହେଲେ ସେହି କ୍ଯାମ୍ପକୁ ସ୍ଥାୟୀ ଭାବେ କରିବାକୁ ପଡିବ । ସେପଟେ ଅଭୟାରଣ୍ଯ ରହୁଥିବାରୁ ଯେଭଳି ବନ୍ଯଜନ୍ତୁଙ୍କ ସୁରକ୍ଷା ଓ ସେମାନଙ୍କ ବାସସ୍ଥାନରେ କୌଣସି ସମସ୍ଯା ନ ହୁଏ ତା ବିକଳ୍ପ ଚିନ୍ତା କରିବା ପାଇଁ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନ ବିଶେଷଜ୍ଞ ଟିମ୍ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବା ପରେ ସେସବୁ ଆଧାରରେ ପରିବେଶ ମଂଜୁରୀ ମିଳିବା ସ୍ପଷ୍ଟ ହେବ ବୋଲି କହିଛନ୍ତି ଡିଏଫଓ । ତେବେ ୨୭.୮୮ ଏକର ବିମାନ ବନ୍ଦର ଅଞ୍ଚଳରେ ବନ୍ୟଜନ୍ତୁ ପ୍ରତିଷ୍ଠାନର ବିଶେଷଜ୍ଞ ଟିମ୍ କ୍ଷେତ୍ର ପରିଦର୍ଶନ କରିଛନ୍ତି ।ବନ୍ୟଜନ୍ତୁ ପ୍ରଜାତି,ଇରାୱାଡ଼ି ଡଲଫିନ ,ପ୍ରବାସୀ ଜଳପକ୍ଷୀ,ଅଲିଭ ରିଡଲେ ସମୁଦ୍ର କଇଁଛ ଇତ୍ୟାଦିକୁ ନେଇ ଅନୁଶୀଳନ କରିଛନ୍ତି ଟିମ୍। ଏହାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବ ଏହି ବିଶେଷଜ୍ଞ ଟିମ୍ । ଉଭୟ ଜୈବ ବିବିଧତା ଓ ବନ୍ୟଜନ୍ତୁ ଅନୁଶୀଳନକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହେବ। ସେପଟେ କାହିଁକି ବିମାନବନ୍ଦର କାର୍ଯ୍ଯରେ ପରିବେଶ ମଂଜୁରୀ ପ୍ରତିବନ୍ଧକ ସାଜିଲା ତାହାର ତର୍ଜମା ସରକାର କରିବେ ବୋଲି କହିଛନ୍ତି ପୁରୀ ସାଂସଦ।ତେବେ କେଉଂଠି ସମସ୍ଯା ରହିଲା ତାର ତର୍ଜମା ହେବ ଏବଂ ସରକାର ନିଶ୍ଚୟ ବିମାନବନ୍ଦର କରିବେ ବୋଲି କହିଛନ୍ତି ପୂର୍ବତନ ପୁରୀ ବିଧାୟକ।

Leave a Reply

Your email address will not be published. Required fields are marked *