ଜଗତସିଂହପୁର ଜିଲ୍ଲାର ମଧ୍ୟଭାଗରେ ଭିଜାଇଥିବା ଅଳକା ନଦୀର ସଜ୍ୟାରୁ ଜବର ଦାଖଲ ଉଛେଦ
ଜଗତସିଂହପୁର – ୨୬. ୫- ଜଗତସିଂହପୁର ଜିଲ୍ଲାର ମଧ୍ୟଭାଗରେ ଭିଜାଇଥିବା ଅଳକା ନଦୀର ସଜ୍ୟାରୁ ଜବର ଦାଖଲ ଉଛେଦ କୁ ନେଇ ଜଗତସିଂହପୁର ଜିଲ୍ଲାର ଯୁବବିଧାୟକ ଅମରେନ୍ଦ୍ର ଦାସ ଜିଲ୍ଲା ଉତ୍ସବ ବରପୁର ସଭାରେ ଅଳକା ନଦୀ ପ୍ରସଙ୍ଗକୁ ନେଇ ଲୋକମାନକୁ ପ୍ରତିଶୃତି ଦେଇଥିଲେ ଯେ ଖୁବ ଶୀଘ୍ର ମୃତ ଅଳକା ନଦୀକୁ ପୁନଃ ଉଦ୍ଧାର କରାଯିବା ସହିତ ଅଳକା ନଦୀ ଶଯ୍ୟାକୁ ମାଡ଼ିବସିଥିବା ଜମି ମାଫିଆ ମାନଙ୍କ ଠାରୁ ଉଛେଦ କରାଯିବ l ଏକଥା ଜଗତସିଂହପୁର ଜନସାଧାରଣ ଶୁଣି ଖୁସି ହୋଇଥିଲେକି ଅଳକା ନଦୀ ସଜ୍ୟାକୁ ବଡବଡିଆ ମାନେ ଜଗତସିଂହପୁର ତତ୍କାଳୀନ ତହସିଲଦାର ଙ୍କୁ ହାତକରି ମୋଟା ଅଙ୍କର ଅର୍ଥ ବଳରେ ସରକାରୀ ଜମିକୁ କେତେକ ବ୍ୟକ୍ତି ବିଶେଷଙ୍କ ନାମରେ ପଟ୍ଟା କରାଇଦେଇଛନ୍ତି l ଯାହାଫଳରେ ଅଳକା ନଦୀ ଶଯ୍ୟା ବ୍ୟକ୍ତିବିଶେଷଙ୍କ ପାଲଟି ଯାଇଛି l ନଦୀ ଶଯ୍ୟାରେ ଚାରିପୋଲିଆ ଠାରୁ ଓଡ଼ିଶ ପର୍ଯ୍ୟନ୍ତ ନଦୀ ଶଯ୍ୟା ଡ୍ରେନରେ ପରିଣତ ହୋଇଗଲାଣି, ଅଳକା ନଦୀ ଶଯ୍ୟା ଦଳେଇ ଘାଇଠାରୁ ନୂଆପୋଲ ପର୍ଯ୍ୟନ୍ତ ପ୍ରଶସ୍ତ ରହିଥିବା ବେଳେ କଣ୍ଟାପଡାଠାରୁ ଗାଲୁପଡା ପର୍ଯ୍ୟନ୍ତ ନଦୀ ଶଯ୍ୟା କିଭଳି ବ୍ୟକ୍ତି ବିଶେଷ ଙ୍କ ପାଲଟିଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ବୃନ୍ଦାବନ ରଥଙ୍କ ସମୟରେ ଅଳକା ନଦୀ ଶଯ୍ୟାରୁ ଉଛେଦପାଇଁ ସବୁ ତହସିଲଦାରମାନଙ୍କୁ ଚିଠି କରାଯାଇଥିଲା, ଧରପଗଡ଼ ଆରମ୍ଭ ହେବପୂର୍ବରୁ ତାଙ୍କୁ ବଦଳି କରିଦିଆଗଲା, କାରଣ ନଦୀଶଯ୍ୟାକୁ ମାଡ଼ିବସିଥିବା ବଡବଡିଆ ମାନେ ସେତେବେଳର ବିଜେଡି ସରକାରଙ୍କ ଆଗଧାଡିର ଥିଲେ, ଯେଉଁଥିପାଇଁ ତାହା ଠପ ହୋଇ ଯାଇଥିଲା, ଏଵେ ଦେଖିବାକୁ ବାକି ରହିଲା ବିଜେପି ସରକାର ଙ୍କ ସମୟରେ ଏହା ପୁନଃ ଉଦ୍ଧାର ହୋଇପାରୁଛି ନାଁ ବିଧାୟକ ପୂର୍ବପରି ଚୁପ ରହି ଜିଲ୍ଲା ପାଳଙ୍କୁ ବଦଳି କରୁଛନ୍ତି l ତାହା ବାସ୍ତବତା ଦେଖିବାକୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉତ୍ସଛୁକତା ରହିଛି l
