ବାଷିକ ଉତ୍ସବ ଓ କ୍ରୀଡା ପୁରସ୍କାର ବିବରଣୀ ସମାରୋହ

: ବିଦ୍ୟାଳୟ ଠାରେ ବାଷିର୍କ ଉତ୍ସବ କ୍ରୀଡା ପୁରସ୍କାର ବିବରଣୀ ସମାରୋହ ପାଳିତ ହୋଇଯାଇଛି ,ମୁଖ୍ଯ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ସ୍ବତନ୍ତ୍ର ଅତିଥି ଭଦ୍ରକ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ଉର୍ମିଳା ନାୟକ, ଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ ହୋଇ ଥିଲା, ମୁଖ୍ଯ ବକ୍ତା ସମାଜସେବୀ ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ରାଉତ ପିଲାମାନଙ୍କୁ ଭଲ ପାଠ ପଢିବା ପାଇଁ ବୁଝାଇ ଥିଲେ ,ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ,ଏହି ମଞ୍ଚ ରେ ଅତିଥି ମାନଙ୍କୁ ଫୁଲ ଗୁଛ ସହ ଉତ୍ତରୀ ଦେଇ ସ୍ବାଗତ କରାଯାଇଥିଲା, ମଣ୍ଡଳ ଶିକ୍ଷାଧିକାରୀ ଚକ୍ର ଧର ମଲ୍ଲିକ, ଗୟାଧର ପଣ୍ଡା,ବନ୍ଧଗାଁ ର ସରପଞ୍ଚ ନିରୋଦ ଚନ୍ଦ୍ର ରାଉତ, ସମ୍ମାନିତ ଅତିଥି ଭାବେ ଯୋଗଦେଇ, ପିଲା ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ସଂନ୍ଧ୍ଯା ରାଣୀ ପଣ୍ଡା,ସଂଯୋଜକ ଦେବବ୍ରତ ପଣ୍ଡା ସଭାପରିଚାଳନା କରିଥିଲେ ଆମ୍ବ ରୋଳୀ ସେବା ସମବାୟ ସମିତିର ସଭାପତି ଚିତ୍ତରଞ୍ଜନ ରାଉତ, ସରକାରଙ୍କ ପ୍ରୋଜେକ୍ଟ ବିଷୟ ରେ ତଥ୍ଯ ରଖିଥିଲେ ,କମଳାକାନ୍ତ ବାରିକ, ଗୟାଧର ବାରିକ ଉପସ୍ଥିତ ଥିଲେ,ଛାତ୍ର ଛାତ୍ରୀଙ୍କ ଙ୍କ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଥିଲା ଶେଷ ରେ ମଞ୍ଚ ର ସଭାପତି ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନନ୍ଦିନୀ ସାମଥ ଧନ୍ୟବାଦ ପ୍ରଦାନ କରି ସଭା ସମାପନ କରାଯାଇଥିଲା,

Leave a Reply

Your email address will not be published. Required fields are marked *