ସିଦ୍ଧ ପୀଠରେ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବ
ପୁରୀ ସେନାପତି ବଗିଚା ସିଦ୍ଧ ପୀଠରେ ପ୍ରାଚୀନ କାଳରୁ ପୂଜିତ ମାଆ ମଙ୍ଗଳାଙ୍କ ପ୍ରାଣପ୍ରତିଷ୍ଠାର ଚତୁର୍ଥ ବର୍ଷ ପୂର୍ତ୍ତି ଉତ୍ସବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଣ୍ଡିତ ଦେବୀପ୍ରସାଦ ତ୍ରିପାଠୀଙ୍କ ପୈ।ରହିତ୍ୟରେ ପୂଜାହୋମ ଏବଂ ମନ୍ଦିର ପୂଜକ ନିରଞ୍ଜନ ପଣ୍ଡାଙ୍କ ଦ୍ଵାରା ବିଗ୍ରହମାନଙ୍କ ନୂତନ ବେଶ ଓ ପୂଜା ସଂପନ୍ନ ହୋଇଛି। ସାହି ସଭାପତି ଶ୍ରୀ ନାରାୟଣ ଜେନା, ସଂପାଦକ ଶ୍ରୀ ଦାମୋଦର ସ୍ୱାଇଁ, ଶ୍ରୀ ପଞ୍ଚାନନ ପ୍ରଧାନ, ଅଜୟ କୁମାର ମହାପାତ୍ର, ସଚ୍ଚିଦାନନ୍ଦ ମହାନ୍ତି, ରବିନାରାୟଣ ସାହୁ, ଗୋବିନ୍ଦ ଚନ୍ଦ୍ର ଷଡଙ୍ଗୀ, ପ୍ରଦୀପ କୁମାର ମହନ୍ତି ତଥା ଅଧିବାସୀବୃନ୍ଦ ଉତ୍ସବ ପରିଚାଳନା ଓ ପ୍ରସାଦ ସେବନ ବ୍ୟବସ୍ଥା ସୁଚାରୁରୂପେ ସମ୍ପାଦନ କରିଥିଲେ । ବହୁସଂଖ୍ୟାରେ ଭକ୍ତବୃନ୍ଦ ସିଦ୍ଧପୀଠରେ ପୂଜିତ ମା’ମଙ୍ଗଳା, ଖରାଖାଇ, ମହାପ୍ରଭୁଙ୍କ ଚତୁର୍ଦ୍ଧା ବିଗ୍ରହ, ମା ଲକ୍ଷ୍ମୀ, ଶ୍ରୀଗଣେଶ, ସିଦ୍ଧ ବେଲେଶ୍ୱର ମହାଦେବ, ମାତା ପାର୍ବତୀ, କାର୍ତ୍ତିକେୟ, ମହାବୀର ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ ।।
