ବହୁ ଆଡମ୍ବରରେ ପାଳନ କରାଗଲା ମା ବ୍ରାହ୍ମଣୀଦେବୀ ଙ୍କ ବାର୍ଷିକ ପୂଜା ।

କନ୍ଧମାଳ, ଫୁଲବାଣୀ ତା ୨୭/୦୧/୨୦୨୬ ଚଳିତ ମାଘ ମାସ ଚତୁର୍ଥ ମଙ୍ଗଳବାର ଦିନ ଫୁଲବାଣୀ ସହର ଉପକଣ୍ଠ ସ୍ଥାନୀୟ ଜିରିଂପଡ। ଗ୍ରାମରେ ଆରାଧ୍ୟା ଠାକୁରାଣୀ ମା ବ୍ରାହ୍ମଣୀ ଦେବୀ ଙ୍କ ବାର୍ଷିକ ପୂଜା ଜିରିଂପଡ। ଗ୍ରାମ କମିଟି ଆନୁକୁଲ୍ୟରେ ସ୍ଥାନୀୟ ରୁଗୁଡି ସାହି ଜିରିଂପଡ। ଠାରେ ଆୟଜନ କରାଯାଇଛି । ଗ୍ରାମର ସଭାପତି ଶ୍ରୀ ସୁଜିତ୍ ବେହେରା, ଉପ ସଭାପତି ପାର୍ଥ ସାରଥୀ ବିଶ୍ଵାଳ, କାର୍ଯ୍ୟକ।ରି ସଭାପତି ଶିବଶଙ୍କର ବେହେରା, ମନ୍ଦିର କମିଟିର ସଭାପତି ଶ୍ରୀ କରମ ବେହେରା । ମଣ୍ଟୁ ବେହେରା, ମହିଳା ବାହିନର ସଭାନେତ୍ରୀ ରେଶ୍ମା ବେହେରା ସମ୍ପାଦିକା ନିବେଦିତା ବେହେରା ଓ ଗ୍ରାମର ଶହ ଶହ ମହିଳା ଓ ପୁରୁଷ ମୁଖ୍ୟ ପୂଜାରୀ ବା ଦେହେରୀ ଶ୍ରୀ ନିରଞ୍ଜନ ବେହେରା ଙ୍କ ଘରୁ ମାଙ୍କ ପୂଜା ସାମଗ୍ରୀ ଓ କଳସୀରେ ପାଣି ଭରି ଦୀର୍ଘ ଦୁଇ କିଲୋମିଟର ଚାଲି ଚାଲି ମାଙ୍କ ପୂଜା ପୀଠରେ ପହଞ୍ଚି ପୂଜାରୀ ମାନେ ମାଙ୍କୁ ପୁଷ୍ପ ଓ ଫୁଲରେ ସାଜସଜ। କରିଥିଲେ ।ପରେ ପରେ ଧୂପଦୀପ ରେ ମାଙ୍କ ପୂଜା ମଣ୍ଡପ ସୁବାସିତ ହାଇପଡିଥିଲ। ମା ମ।ନଙ୍କ ହୁଳହୁଳୀରେ ପୂଜା ମଣ୍ଡପ କମ୍ପି ଉଠିଥିଲା । ଶେଷରେ ପୂଜାରୀ ମାନେ ନଡ଼ିଆ ଫଟାଇ ମାଙ୍କ ପୂଜା ପରିସମ।ପ୍ତି କରିଥିଲେ । ଏହି କାର୍ଯ୍ୟ କ୍ରମରେ ଗ୍ରାମ ବରିଷ୍ଟ ବ୍ୟକ୍ତିତ୍ଵ ପଙ୍କଜ ବେହେରା, ପ୍ରକାଶ କଂହର, ଦିଲିପ୍ ନାୟକ କିଚକ ନାୟକ,ବାବୁଲା ବେହେରା ବୁଲୁ ବେହେରା, ଜୁଗୁନୁ ସାହୁ, ପ।ଞ୍ଚିଲ ବେହେରା, ମନୋଜ ବେହେରା, ମନୋଜ ନାୟକ,ପ୍ରକାଶ ନାୟକ, କ।ମା ଦିଗାଲ ଗ୍ରାମର ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ । ।

Leave a Reply

Your email address will not be published. Required fields are marked *