ପୁରୀର ସୁରଜମଲ ସାହା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨୦୨୫-୨୬ ଉଦ୍ଘାଟିତ
-ପୁରୀ: ସୁରଜମଲ ସାହା ମହାବିଦ୍ୟାଳୟ, ପୁରୀର ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨୦୨୫–୨୬ ଆଜି ଉତ୍ସାହଭରା ପରିବେଶରେ ଆରମ୍ଭ ହୋଇଛି। ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଶରତ କୁମାର ସାହୁ ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ଉତ୍ସବରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଧ୍ୟାପିକା ସୁଜାତା ବେହେରା ଉପସ୍ଥିତି ଥିଲେ।ଏହି କ୍ରୀଡ଼ା ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବ।ଏହି କ୍ରୀଡା ମେଳାରେ +୨ ଓ +୩ ବିଭାଗର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବ୍ୟକ୍ତିଗତ ଖେଳ ଭାବେ ୧୦୦, ୨୦୦, ୪୦୦, ୮୦୦ ଓ ୧୬୦୦ ମିଟର ଦୌଡ଼, ସହିତ ଲଙ୍ଗ ଜମ୍ପ, ହାଇ ଜମ୍ପ, ଟ୍ରିପଲ୍ ଜମ୍ପ, ଡିସ୍କସ ଶଟପୁଟ ଓ ଜାଭେଲିନ ଥ୍ରୋ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ବେଳେ ଦଳଗତ ଖେଳରୁପେ ଦୌଡି ଟନା ଓ ଭଲିବଲ ପ୍ରତିଯୋଗିତା ରହିଅଛି।

ମହାବିଦ୍ୟାଳୟର ଆଥ୍ଲେଟିକ୍ସ ଆସୋସିଏସନ ଦ୍ୱାରା ଆୟୋଜିତ ଏହି କ୍ରୀଡା ମେଳାରେ ଡ଼ା. ଦୀପ୍ତି ପ୍ରସାଦ ମହାନ୍ତି, ଶିକ୍ଷା ବିଭାଗ ମୁଖ୍ୟ ତଥା କ୍ରୀଡ଼ା ବିଭାଗର ଉପସଭାପତି, ଓ ଶ୍ରୀ ହରିହର କର, ପି.ଇ.ଟି., ମୁଖ୍ୟ ଭୂମିକା ନିଭାଇଥିଲେ। ଏହା ବ୍ୟତୀତ ଆଥ୍ଲେଟିକ୍ସ ଆସୋସିଏସନର ଅନ୍ୟାନ୍ୟ କର୍ମକର୍ତ୍ତା ଅଧ୍ୟାପକ ଡ. ଦୁର୍ଯ୍ୟୋଧନ ଜେନା, ରବୀନ୍ଦ୍ର ପ୍ରଧାନ,ନରେଶ କୁମାର ବେହେରା,ସୁବ୍ରତ ବିଶ୍ଵାଳ ଅଧ୍ୟାପିକା ଜ୍ୟୋତିର୍ମୟୀ ଦାଶ ତଥା ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତି ଓ ସହଯୋଗରେ ଆଜିର ପ୍ରତିଯୋଗିତା ସୁଚାରୁ ରୂପେ ସମ୍ପାଦନା ହୋଇଥିଲା।ଉଲ୍ଲେଖନୀୟ ଯେ, ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ପୂର୍ବତନ କ୍ରୀଡ଼ା ଶିକ୍ଷକ ଶ୍ରୀ ରଘୁନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ଜାତୀୟ ସ୍ତରର କ୍ରୀଡାବିଦ୍ ମାନେ ନ୍ୟାୟାଧିଶ ଭାବେ ଦାୟିତ୍ଵ ନିଭାଇ ଥିଲେ। ଏହି ମହୋତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
