ମୃତ୍ତିକା ସଂରକ୍ଷଣ ପକ୍ଷ ରୁ ଜଳ ବିଭାଜିକା ବାର୍ଷିକ ଉଛବ ଅନୁଷ୍ଠିତ।
ରାଇକିଆ, ତା 30/1/26 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ଵର ପଞ୍ଚାୟତ ଅନ୍ତର୍ଗତ ଗୁଡ୍ରିଘଷି ଗ୍ରାମ ଠାରେ ଜଳ ବିଭାଜିକା ର ବାର୍ଷିକ ଉଛବ ଅନୁଷ୍ଠିତ ହୋଇ ଯାଇଅଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଇକିଆ ସାଂସଦ ପ୍ରତିନିଧି ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ମଞ୍ଚାସିନ ଅତିଥିଭାବେ ପ୍ରକଳ୍ପ ଅଧିକାରୀ ଜଳ ବିଭାଜିକା ଶ୍ରୀଯୁକ୍ତ ଚିନ୍ତାମଣୀ ଜେନା,ଅତିରିକ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀ ଡ଼. ଜିତେନ୍ଦ୍ର କୁମାର ନାୟକ,ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀମତୀ ଅର୍ଚନା ନାୟକ,ବ୍ଲକ କୃଷି ଅଧିକାରୀ ସଚିନ୍ଦ୍ର ସେଠି,ଉଦ୍ୟାନ କୃଷି ଉପ ନିଁର୍ଧେଷକ ଶ୍ରୀମତୀ ସ୍ମିତା ମହାନ୍ତି ମଞ୍ଚାସିନ ରହିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରକଳ୍ପ ଅଧିକାରୀ ଙ୍କ ସହିତ ମଞ୍ଚାସିନ ଅତିଥି ବୃନ୍ଦ ମୃତ୍ତିକା ସଂରକ୍ଷଣ ଓ ଜଳ ସଂଚୟ ଆଜିର ସମାଜ ଓ ଚାଷୀଙ୍କ ସକାଶେ କେତେ ଆବଶ୍ୟକ ତାହା ଉପରେ ଆଲୋକପାତ କରିବା ସହିତ ଜୈବିକ ପ୍ରଣାଳୀ ରେ ଚାଷ କରିବା ଉପରେ ନିଜ ନିଜ ର ମତାମତ ପ୍ରଦାନ କରିଥିଲେ.।ଆଜିର ଏହି କାର୍ଯ୍ୟକ୍ରମ କୁ ଓଭର୍ଷର ଶ୍ରୀ ସୁମିତ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ସୁଦର୍ଶନ ବେହେରା,ଦୀପକ ପ୍ରଧାନ, ଦେବଦତ ମହାନ୍ତି,ରଂଜିଂସ ସେନାପତି, ଅଭିନାଶ ପ୍ରଧାନ ସହଯୋଗ କରିଥିଲେ।
