କନ୍ଧମାଳ ରେ ଶୁଭାରମ୍ଭ ହେଲା ଅନ୍ତୋଦୟ ଗୃହ ଯୋଜନା ।
କନ୍ଧମାଳ ,ଫୁଲବାଣୀ ଆଜି ସ୍ଥାନୀୟ ଫୁଲବାଣୀ ସହର କରୋନେସନ ଖେଳ ପଭ୍ଡ଼ିଆରେ ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ ଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ପଞ୍ଚାୟତ ସମିତି ଙ୍କ ନେତୃତ୍ୱରେ ଅନ୍ତଦୋୟ ଗୃହ ଯୋଜନା ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମଝି ଙ୍କ କର କମକରେ ଏହି କାର୍ଯ୍ୟ କ୍ରମ ଶୁଭାରମ୍ଭ ହୋଇଯାଇଛି । ଏହିଠାରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ, ଫୁଲବାଣୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର, ଗୋଷ୍ଠୀ ଉନ୍ନୟନ ଅଧିକାର ସୌମ୍ୟ ରଞ୍ଜନ ପାତ୍ର, ଓ ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ବା ପି, ଡି ଡି, ଆର୍ ଡି ଏ ଶ୍ରୀ ଶମ୍ଭୁନାଥ ନନ୍ଦୀ ଯୋଗ ଦେଇଥିଲେ ।ଏହି ଯୋଜନା ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ହିତାଧିକାରୀ ମାନଙ୍କୁ ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ପକ୍କାଘର ନିର୍ମାଣ କରିବା ପାଇଁ ସରକାର ୧ଲକ୍ଷ୍ୟ ୨୦ ହଜାର ଟଙ୍କା ଦେଉଥିବା ବେଳେ,୪ ମାସ ଭିତରେ ଘରକାମ ସଂପୂର୍ଣ୍ଣ କଲେ ୨୦, ୦୦୦ ଟଙ୍କା ପ୍ରୋତ୍ସା ହନ ରାଶି ଏବଂ ୬ମାସ ଭିତରେ ସମ୍ପର୍ଣ୍ଣ କଲେ ୧୦ ହଜାର ଟଙ୍କା ସଂପୃକ୍ତ ହିତାଧିକାରୀ ମ।ନଙ୍କୁ ଯୋଗାଇଦେବାର ବ୍ୟବସ୍ଥା ରହିଅଛି । ଏହି ଯୋଜନାରେ ପକା ଘର ନଥିବା ଭିନ୍ନକ୍ଷମ ବ୍ୟକ୍ତି ନାବାଳକ ସନ୍ତାନ ଥିବା ବିଧବା ମହିଳା, ଦୂର।ରୋଗ୍ୟରେ ପୀଡ଼ିତ ଥିବା ବ୍ୟକ୍ତିବିଶେଷ ମାନଙ୍କୁ ସାମିଲ କରାଯାଇଥିବା କୁହାଯାଇଛି । ଏହି ପରି ପ୍ରେଖିରେ ଫୁଲବାଣୀ ସମିତି ର ୧୦ ଜଣ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କାର୍ଯ୍ୟ ଦେଶ ବିତରଣ କର। ଯାଇଥିବ। କାର୍ଯ୍ୟାଳୟର ଅଧିକାରୀ କହିଥିବା ସୁନଯାଇଅଛି ।
