ଡ୍ୟାନ୍ସ କା ଜଲୱା ରେ ଝୁମିଲେ ଦର୍ଶକ
ବ୍ରହ୍ମପୁର ୩୦/୬ ଗଞ୍ଜାମ କଳା ପରିଷଦ ଠାରେ ନେକ୍ସଟ୍ ଲେଭେଲ ଡ୍ୟାନ୍ସ ଷ୍ଟୁଡିଓ ତରଫରୁ ଡ୍ୟାନ୍ସ କା ଜଲ୍ ୱା ନୃତ୍ୟ କାର୍ଯ୍ୟକ୍ରମ ରେ ଦର୍ଶକ ଝୁମି ଉଠିଥିଲେ। ନିର୍ଦ୍ଦେଶକ ସୁଶାନ୍ତ ରଣା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ରୂପେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡ଼ା ବିପ୍ର ଚରଣ ଭୂୟାଁ, ନୃତ୍ୟ ଶିଳ୍ପୀ ପ୍ରତିଭା ଭୂୟାଁ, ଶିକ୍ଷାବିତ୍ ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ, କଳା ପ୍ରେମୀ ଉଷାରାଣୀ ମହାପାତ୍ର, ଆୟୁର୍ବେଦ ଡ଼ା ସୁରଜିତ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ, ସମାଜସେବୀ ରାଜନ ଯାଦବ, ଶିଳ୍ପପତି ରାଜକୁମାର ସେନାପତି ଓ କାନାରା ବ୍ୟାଙ୍କ୍ ମୁଖ୍ୟ ପ୍ରବନ୍ଧକ ପ୍ରବୀର କୁମାର୍ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ନୃତ୍ୟ ପ୍ରତି ଯୋଗୀତାର କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରୀ ପ୍ରତିଭା ଧାରୀ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ବିଚାରକ ରୂପେ ପୂର୍ଣ୍ଣ ଚନ୍ଦ୍ର ଦାସ, ସମୀର, ରାମୟା ହୁଇ, ଶୁଭମ୍ ନାୟକ, ଦେବଯାନୀ, ରାଧେ ତରାଇ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ଶିବାନନ୍ଦ ବାରିକ ସଂଯୋଜନା କରିଥିଲେ ।
