ମାଟି କାନ୍ଥ ପଡି ଶିଶୁ ମୃତ୍ୟୁ
କାମାକ୍ଷାନଗର,୧୩/୧୧– ହାତୀ ଆକ୍ରମଣରେ କାନ୍ଥ ପଡି ଶିଶୁ ମୃତ୍ୟୁ। ମୃତ ଶିଶୁ ହେଲେ ତେଲକୋଇ ଥାନା ରାଣିବେଡା ଗ୍ରାମ ନୁଆସାହି ର ବିନୋଦ ମହାନ୍ତଙ୍କ ୬ ବର୍ଷର ପୁଅ ନାରାୟଣ ମହାନ୍ତ। ଗତ ବିଳମ୍ବତ ରାତିରେ ପରିବାର ସହ ଶୋଇଥିଲେ। ରାତି ପ୍ରାୟ ୨ଟା ବେଳକୁ ହାତୀ ଆକ୍ରମଣ କରିଥିଲା। କାନ୍ଥ ପଡିବାର ଜାଣିପାରି ମା କେବଳ ଝିଅକୁ ବଞ୍ଚାଇ ଦେଇଥିବା ବେଳେ ପୁଅ ନାରାୟଣକୁ ଉଦ୍ଧାର କରିପାରି ନଥିଲେ। କାନ୍ଥଟି ସିଧା ନାରାୟଣ ଉପରେ ପଡିଯାଇଥିଲା। ଗୁରୁତର ଅବସ୍ଥାରେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତି କରିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
