ବ୍ୟାଙ୍କ ରୁଣ ପୈଠ କରିନପାରି ଘର ସିଲ୍ କଲା ବ୍ୟାଙ୍କ।

ରଘୁନାଥପୁର ତା ୧୫/୧୧)ରଘୁନାଥପୁର ନିକଟସ୍ଥ ସିର୍ଲୋଗ୍ରାମ ବସ୍ତିଆସାହିର ଜୈନକ ବ୍ୟକ୍ତି ବ୍ୟାଙ୍କ ରୁ ରୁଣନେଇ ପୈଠ କରିନପାରିବାରୁ ଘରସିଲ୍ କଲା ବ୍ୟାଙ୍କ।ଘଟଣାରୁ ପ୍ରକାଶ ସିର୍ଲୋ ଗ୍ରାମର ମଣ୍ଟୁ ବସ୍ତିଆ ବ୍ୟାଙ୍କ ଅଫ୍ ବରୋଦା କଟକ ମଣିସାହୁଛକ ସାଖାରୁ କିଛିରୁଣ ନେଇଥିଲେ।ଏହା ୫ବର୍ଷ ମଧ୍ୟରେ ସୁଧମୁଳସହ ପ୍ରାୟ ୬କୋଟିରୁ ଉର୍ଦ୍ଧ ଟଙ୍କା ପୈଠ କରିବାପାଇଁ ବ୍ୟାଙ୍କ ତାଙ୍କୁ କହିଥିଲା।କିନ୍ତୁ ଶ୍ରୀ ବସ୍ତିଆ ଏତେ ଟଙ୍କା ପୈଠ କରିନପାରିବାରୁ ଶନିବାର ବ୍ୟାଙ୍କ ଅଫ୍ ବରଦାର ଚିଫ୍ ମ୍ୟାନେଜେର ଚିତ ସିନବାସ୍ତବ, ମାଜିଷ୍ଟ୍ରେଟ ଭାବେ କିଶନନଗର ତହସିଲଦାର କ୍ଷୀରୋଦ

ଚନ୍ଦ୍ର ଦାଶ,ଓକିଲ ବିଶ୍ୱନାଥ ସୋନକାର,କିଶନନଗର ଥାନା ଏସାଆଇ ଜୟଶ୍ରୀ ସାହୁ,ନିରଞନ ବେହେରା,କଲାରବାଙ୍କ ଫାଣ୍ଡି ଅଧିକାରୀ ନରେନ୍ଦ୍ର ନାଥ ସାହୁ ଓ ବ୍ୟାଙ୍କର ଅନ୍ୟକର୍ମଚାରୀ ମାନେ ସିର୍ଲୋ ଗ୍ରାମରେ ପହଞ୍ଚି ଶ୍ରୀ ବସ୍ତିଆଙ୍କ ଘରକୁ ସିଲକରି ଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *