ସେନାରେ ନିଯୁକ୍ତି ଅଗ୍ନିପଥ ବିରୋଧରେ ବସ୍ତା କଂଗ୍ରେସ  ସତ୍ୟାଗ୍ରହ

 ବସ୍ତା,୨୯/୬:ଭାରତୀୟ ସେନା ବାହିନୀ ରେ ଠିକା ନିଯୁକ୍ତି ଅଗ୍ନିପଥ ବିରୋଧରେ ସୋମବାର ବସ୍ତା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ପିସିସି ନିର୍ଦେଶ ଅନୁଯାୟୀ ଅଗ୍ନି ପଥ ପ୍ରତ୍ୟାହାର ଦାବିରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା। ବ୍ଲକ କଂଗ୍ରେସ କମିଟି ସଭାପତି ସତ୍ୟନାରାୟଣ ଗୁପ୍ତା ଙ୍କ ସଭାପତିତ୍ବ ରେ ଓ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା ଙ୍କ ତତ୍ବାବଧାନରେ ଗାନ୍ଧୀଛକ ସ୍ଥିତ ଗାନ୍ଧୀ ଜୀ ଙ୍କ ପ୍ରତିମୃର୍ତ୍ତି ନିକଟରେ ସତ୍ୟାଗ୍ରହ ରେ କଂଗ୍ରେସ କର୍ମୀ ଓ ନେତୃତ୍ୱ ଉପସ୍ଥିତ ଥିଲେ। ବସ୍ତା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ବିଜନ ନାୟକ ଉପସ୍ଥିତ ହୋଇ ଭାରତୀୟ ସେନା ବାହିନୀ ଅଗ୍ନି ପଥ ନାମରେ ଠିକା ନିଯୁକ୍ତି ବିରୋଧ ରେ ବର୍ଷୀ ଥିଲେ  ।ଚାରି ବର୍ଷ ନିଯୁକ୍ତି ର ମୁଲ୍ୟ କ’ଣ ବୋଲି କହିଥିଲେ ଯେଉଁଠି ଅକ୍ଳାନ୍ତ ପରିଶ୍ରମ ,ଜୀବନ ମରଣ ର ସଂଘର୍ଷ ଓ ମାଟି ମା ପାଇଁ ବଳିଦାନ ର କଥା ଉଠୁଛି ସେଠାରେ ଚାରି ବର୍ଷ କ’ଣ ଅଟେ ବୋଲି କହିଥିଲେ ।ସମସ୍ତ ବକ୍ତା ଅଗ୍ନିପଥ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୋଜ କୁମାର ମହାନ୍ତି, ଡଃ ନଗେନ୍ଦ୍ର କୁମାର ସିଂହ, ବ୍ଲକ କଂଗ୍ରେସ ଉପସଭାପତି ପ୍ରଭାସ ମଣ୍ଡଳ ,ଜୟନ୍ତ କୁମାର ମହାପାତ୍ର, ନରେନ୍ଦ୍ର ଦାସ,  ଶ୍ରମିକ କଂଗ୍ରେସ ସଭାପତି ରବୀନ୍ଦ୍ର ଦାସ, ମୁକୁଳିସ ପଂଚାୟତ ରବିନାରାୟଣ ମହାନ୍ତି,  କଂଗ୍ରେସ ସଭାପତି ପିତାମ୍ବର ପ୍ରଧାନ, ଦୁଧହସା ପଂଚାୟତ କଂଗ୍ରେସ ସଭାପତି ଚୈତନ୍ୟ ଗୋଛୟତ, ପତ୍ରଝଡା ପଂଚାୟତ କଂଗ୍ରେସ ସଭାପତି ଶୁଶାନ୍ତ କୁମାର ପରିଡା , ପ୍ରଦୀପ ପ୍ରଧାନ, ଭାଗବତ ପ୍ରଧାନ, ସୁବାସ ପ୍ରଧାନ, ମଦନ ଭକ୍ତା, ବିମ୍ବାଧର ବେହେରା, ଜିଲ୍ଲା କଂଗ୍ରେସ ସମ୍ପାଦିକା ସୁକାନ୍ତି ଭକ୍ତା, ଦିପକ ବିଶ୍ବାଳ ,ପ୍ରଭାତ ପାତ୍ର  ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏ ଆଇ ଡବ୍ଲୁ ସି ର ସମ୍ପାଦକ ଅରୁଣ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *