ଚଇତ ଦୋଳିରେ ଝୁଲୁଛି ଚଇତାଳି
ଚଇତ ଦୋଳିରେ ଝୁଲୁଛି ଚଇତାଳି
🖊️କବିରତ୍ନ ନୂତନ କୁମାର ବେହେରା
ଫଗୁଣ ଫଗୁ ରଙ୍ଗ ଦେଲା ପରେ ବୋଳି
ଚଇତ ଦୋଳିରେ ଝୁଲୁଛି ଚଇତାଳି
ମଧୁର ସ୍ମୃତିକୁ ହୃଦୟରେ ସାଇତି
ସ୍ବପ୍ନ ବିଭୋର ଆଖି ଖୋଜେ ସୁଖ ଶାନ୍ତି
ଋତୁରାଜ ବସନ୍ତର ଚାଲିଛି ରାଜୁତି
ମହକନ୍ତି ମହକାନ୍ତି ଫୁଲ ଫୁଟି ନାନା ଜାତି
ଖୁସି ଆନନ୍ଦର ଲହରୀ ଯାଏ ଖେଳି
ଆମ୍ବଡ଼ାଳେ ବସି କୋଇଲି କରେ କୁଉ କୁଉ
ଧରାଧାମେ ପ୍ରାଣର ପ୍ରାଚୁର୍ଯ୍ୟ ପଡ଼େ ଉଛୁଳି
ଚଇତ ଦୋଳିରେ ଝୁଲୁଛି ଚଇତାଳି
ଶୁଭଶଙ୍ଖ ବଜାଏ କୁଳବଧୂ ସଂଜ ଦୀପଜାଳି
ହଳଦୀ ବସନ୍ତ ପକାଏ ହୁଳହୁଳି
ପ୍ରାଣର ପୁଲକେ ସମୟ ମାରୁଛି କରତାଳି
ଚଇତେ ଚେତନା ଦେବାକୁ ଭରି
ଧରାପୃଷ୍ଠକୁ ମା’ ମଙ୍ଗଳା ଆସନ୍ତି ଅବତରୀ
ଶ୍ରଦ୍ଧାଳୁ ଭକତ ମା’ ନାମ କରେ ଜପାମାଳୀ
ଦୁଃଖ ଦୈନ୍ୟ ଦିଅ ଗୋ ଜୀବନରୁ ଟାଳି
ବସନ୍ତେ ଆସନ୍ତି ଦେବୀ ମା’ ବାସନ୍ତୀ
ପାର୍ବଣ ମୁଖର ହୋଇ ଉଠେ ଗାଁ ଗହଳି
ଚଇତ ଦୋଳିରେ ଝୁଲୁଛି ଚଇତାଳି
ପୂରଣ କରିବାକୁ ମନସ୍କାମନା କରୁ ସବୁ ଅଳି
ପ୍ରକୃତିରାଣୀ ବନ୍ଦନା କରି ଦିଏ ପୁଷ୍ପାଞ୍ଜଳି
ଫଗୁଣ ରଙ୍ଗରେ ଝଲସେ ସାରା ମୂଲକ
ଢ଼ଳି ଢ଼ଳି ନାଚନ୍ତି ରାଧା ସାଥେ ବନମାଳୀ
ନିତ୍ୟରାସର ମଧୁ ରସରେ ଜୀବଙ୍କୁ ପାଳି
ମଧୁମୟ କରି ସଂସାର ଦିଅନ୍ତି କରୁଣା ଅଜାଡ଼ି
ଚଇତ ପରେ ଆସିବ ବୈଶାଖ ମାସ ପୁଣି
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଅଭିନନ୍ଦନ ଆଣି
ଶୁଭ ପଣା ସଂକ୍ରାନ୍ତିରେ ହରଗୌରୀ ମିଳି
ଜଗତ ଜନର କଲ୍ୟାଣ କରିବେ ଆଶିଷ ଢ଼ାଳି
ଚଇତ ଦୋଳିରେ ଝୁଲୁଛି ଚଇତାଳି।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି, ବାରିପଦା,ମୟୂରଭଞ୍ଜ।
