ପକଡ଼ାଝର ଜଳ ପ୍ରପାତରେ ବୁଡ଼ି ଯାଇ ବ୍ରହ୍ମପୁର ବ୍ୟବସାୟୀ ନିଖୋଜ
ଫୁଲବାଣୀ:-୨୮/୦୯- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ପାଣିସାଳ ନିକଟ କୁରୁମୁଣି ଠାରେ ଥିବା ପକଡ଼ାଝର ଜଳ ପ୍ରପାତ ରେ ବୁଡ଼ି ଯାଇ ବ୍ରହ୍ମପୁର ର ଜଣେ ବ୍ୟବସାୟୀ ନିଖୋଜ ହୋଇ ଯାଇଥିବା ଜଣାପଡିଛି।ଘଟଣା ସ୍ଥଳରେ ଓଡ୍ରାଫ ଟିମ ଖୋଜିବା ଜାରି ରଖିଛନ୍ତି।ସୂଚନା ଯୋଗ୍ୟଯେ ଫିରିଙ୍ଗିଆ ବ୍ଲକ ଡାକ୍ତର ଖାନାରେ କାର୍ଯ୍ୟରତ ଦୁଇଜଣ ଡାକ୍ତର ସମେତ ବ୍ରହ୍ମପୁରର ପକଡ଼ା ବ୍ୟବସାୟୀ ସୁଜିତ ଗୋବିନ୍ଦ ପୂଜାରୀ ଓ ତାଙ୍କ ପତ୍ନୀ ମିଶି ଚାରିଜଣ ଆଜି ପକଡ଼ାଝର ଜଳ ପ୍ରପାତକୁ ବୁଲି ଆସିଥିଲେ ହେଲେ ଗାଧୋଇବା ସମୟରେ ଗୋଡ଼ କଗସିଯାଇ ଗଭୀର ଜଳକୁ ବୁଡି ଯାଇଥିଲେ ହେଲେ ବହୁ ସମୟ ବିତି ଯାଇଥିଲେ ମଧ୍ୟ ଭିତରୁ ବାହାରି ନଥିଲେ।ସୁଡୁକୁମ୍ପା ପୋଲିସ ଫାଣ୍ଡିକୁ ଅଭିଯୋଗ କଲାପରେ ନୂତନ ଭାବେ ଆଜି ଯୋଗ ଦେଇଥିବା ଫାଣ୍ଡି ଅଧିକାରୀ ଜହର ନାୟକ ଫୁଲବାଣୀ ଅଗ୍ନିଶମ ବିଭାଗ ଓ ବୌଦ୍ଧଜିଲା ଚାରିଚକ ଅଗ୍ନିଶମ ଓଡ୍ରାଫ ଟିମ କୁ ଖବର ଦେବା ପରେ ପକଡ଼ାଝରରେ ଦୁଇ ଅଗ୍ନିଶମ ବିଭାଗ ଓଡ୍ରାଫ ଟିମ ଓ ଟିମ ହ୍ୟୁମାନୁଟି ଟିମ ପହଞ୍ଚି ପୋଲିସ ଉପସ୍ଥିତରେ ମିଳିତ ଅପରେସନ ଆରମ୍ଭ କରି ଖୋଜା ଖୋଜି କରି ଥିଲେମଧ୍ୟ ବୁଡ଼ି ଯାଇଥିବା ବ୍ୟବସାୟୀ ସୁଜିତଙ୍କ ପତା ମିଳି ପାରିନଥିବା ଜଣାପଡିଛି।ଏନେଇ ପୋଲିସ ୟୁଡି କେଶ ନଂ ୨୪/୨୧ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।ଜଳ ପ୍ରପାତଟି ଏକ ନିଘଞ୍ଚ ଜଙ୍ଗଲ ଓ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ରାତି ୮ଟା ସମୟ ରୁ ଅପରେସନ ସ୍ଥଗିତ ଯାଇଛି ଓ ପୁଣି ସଖାଳେ ଅପରେସନ ଆରମ୍ଭ କରାଯିବାର ସୂଚନା ମିଳିଛି।
ରିପୋର୍ଟ- ବୈଦ୍ୟନାଥ ବେହେରା, କନ୍ଧମାଳ।
