ସ୍ମୃତିଦିବସରେ ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦଙ୍କୁ ମନେ ପକାଇଲା ଭଦ୍ରକ ଜିଲ୍ଲା ପୁଲିସ
ଓଡ଼ିଶା ପୁଲିସ ପକ୍ଷରୁ ଆଜି ୬୨ତମ ସହିଦ ସ୍ମୃତିଦିବସପାଳନ ହୋଇଯାଇଛି । ଏହି ଅବସରରେ କରୋନା କଟକଣା ଭିତରେ ଭଦ୍ରକ ପୋଲିସ ପକ୍ଷରୁ ପାଳିତ ହୋଇଯାଇଛି ଶହୀଦ ସ୍ମୃତି ଦିବସ । ଚରମ୍ପା ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଆୟୋଜିତ ସ୍ମୃତିଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା । ଏସପି ଚରଣ ସିଂ ମୀନା, ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ସମେତ ବରିଷ୍ଠ ପୁଲିସ ଅଧିକୀରୀମାନେ ଅମର ଯବାନ ସହିଦ ସ୍ମୃତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥଲେ। ପରେ ଅଭିବାଦ ଗ୍ରହଣ କରିଥିଲେ ଏସପି । ଚଳିତ ବର୍ଷ ଦେଶରେ ୩୭୭ ଜଣ ପଲିସ ଶହୀଦ ହୋଇଥିବା ବେଳେ ଏଥିମଧ୍ୟର ଓଡ଼ିଶାରୁ ୨୬ ଜଣ ପୁଲିସ ନିଜର କର୍ତ୍ତବ୍. ସମୟରେ ସର୍ବୋଚ୍ଚ ବଳିଦାନ ଦେଇ ସହିଦ ହୋଇଛନ୍ତି । ଜନସାଧାରଣ ତଥା ସମାଜର ସୁରକ୍ଷା ପାଇଁ ସଜାଗ ରହି ସର୍ବଦା ନିଜ ସେବାରେ ନିୟୋଜିତ ପୁଲିସ । ତେଣୁ ଦେଶମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦମାନଙ୍କୁ ମନେ ପକାଇବା ସହ ସେମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ସ୍ମୃତିଦିବସ । ଏହି କର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥଲେ ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
