ବର୍ତ୍ତମାନର ସବୁଠୁ ବଡ଼ ଖବର
ବର୍ତ୍ତମାନର ସବୁଠୁ ବଡ଼ ଖବର ଯାହା ସାମ୍ନାକୁ ଆସୁଛି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ୍ ଅଧିନରେ ଥିବା ଡଂକାରୀ ଓ ରାହାଡ଼ପୁର କଳା ପଥର ଖାଦାନରେ ଲଘୁ ଖଣିଜ ବିଭାଗର ମିଳିତ ଚଡାଉ ଜାରି ରହିଚି, ସୂଚନା ମୁତାବକ ଆଜି ସକାଳୁ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଂକାରୀ ଓ ରାହାଡ଼ପୁର ସ୍ଥିତ କଳା ପଥର ଖଦାନ ଓ କ୍ରସରରେ ଜିଲ୍ଲା ଖଣି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଚଡାଉ କରାଯାଇଛି । ଯାଜପୁର ଲଘୁ ଖଣିଜ ବିଭାଗର ଉପ ନିର୍ଦ୍ଦେଶକଙ୍କ ନେତୃତ୍ବରେ , ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ଏହି ଚଡାଉ କରାଯାଇଛି । ବେଆଇନ ଖନନ ଓ ପରିବହନକୁ ନେଇ ଏହି ଚଡାଉ କାରାଯାଇଥିବା ନେଇ ଖଣି ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତେବେ ଦିର୍ଘ ଦିନଧରି ଏହିଠାରୁ କଳାପଥର ଚୋରି ହେଉଥିଲା, ତେବେ ଆଜିର ଏହି ଚଢାଉ ପରେ କଣ ରହୁଚି କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା,
.ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।
