ଚାଷୀଙ୍କ ପାଇଁ ବଡ଼ ସମସ୍ୟା ହେଉଛି ଫସଲରେ ରୋଗପୋକ ନିୟନ୍ତ୍ରଣ କରିବା

ଆଜିର ସମୟରେ ଚାଷୀଙ୍କ ପାଇଁ ବଡ଼ ସମସ୍ୟା ହେଉଛି ଫସଲରେ ରୋଗପୋକ ନିୟନ୍ତ୍ରଣ କରିବା । ଉପଯୁକ୍ତ ଫସଲ ପାଇବା ପାଇଁ ସଠିକ ସମୟରେ ବିଭିନ୍ନ ରୋଗପୋକର ପରିଚାଳନା କରିବା ନିହାତି ଜରୁରୀ । ଏଥିପାଇଁ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗରେ Drone ଦ୍ୱାରା କୀଟନାଶକ ସିଞ୍ଚନ କରାଯାଉଛି । ନୟାଗଡ଼ ଜିଲ୍ଲା ସଜ୍ଜନପଡାର ଚାଷୀଙ୍କ ୬ ହେକ୍ଟର ଧାନ ଫସଲ ଜମିରେ Drone ଯୋଗେ କୀଟନାଶକ ସ୍ପ୍ରେ କରାଯାଇଛି । କୃଷି ବିଜ୍ଞାନ କେନ୍ଦ୍ର ନୟାଗଡ଼ ଦ୍ୱାରା ଏହାର ଡେମନଷ୍ଟ୍ରେସନ ଚାଷୀଙ୍କ ଉପସ୍ଥିତିରେ କରାଯାଇଛି । କୃଷି କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର କରି ଚାଷୀ ଭାଇଭଉଣୀଙ୍କୁ ଆହୁରି ସଶକ୍ତ କରିବା ପାଇଁ କୃଷି ବିଭାଗ ସଂକଳ୍ପବଦ୍ଧ ।

Leave a Reply

Your email address will not be published. Required fields are marked *