ଟ୍ରକ ସହିତ ବାଇକ ଧକ୍କା ୩ ଗୁରୁତର

କାମାକ୍ଷାନଗର :-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କାନପୁରା ପଂଚାୟତ ଭାଲୁମୁଣ୍ଡା ନିକଟରେ ଟ୍ରକ ସହିତ ବାଇକ ଧକ୍କା ହୋଇଛି । ସୂଚନା ଅନୁସାରେ ବିରାଶାଳ ଗ୍ରାମ ପଂଚାୟତ ବନ୍ଦାଣିଆ ଗ୍ରାମର ଶୁଭ ମୁର୍ମୁ, ଚିତ୍ତରଞ୍ଜନ ହାଁସଦା, ଦୁଃଖିଆ ମୁର୍ମୁ ବାଇକ ଯୋଗେ କାମାକ୍ଷାନଗର ରୁ ନିଜ ଗ୍ରାମ ବନ୍ଦାଣିଆ କୁ ଯିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହିତ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥା ରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ରିପୋର୍ଟର :ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *