ଦେଶୀ ମଦ ସହିତ ବାଇକ ଜବତ,ଜଣେ ଗିରଫ
ଭଦ୍ରକ:- ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଟୁଳି ଗ୍ରାମ ଛକ ନିକଟରେ ଚଢାଉ କରାଯାଇ ଗୋଟିଏ ହୋଣ୍ଡା ସାଇନ ମୋଟର ସାଇକେଲରୁ (ଓଡି-୨୨ଏଚ-୦୭୦୩) ୪୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଧୁଷୁରୀ ଥାନା ଅନ୍ତର୍ଗତ କୋରୁଆ ଗ୍ରାମର ବିଶ୍ୱନାଥ ବେହେରାଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ,ପ୍ରଦୀପ ମଲ୍ଲିକ, ସଂଧ୍ୟାରାଣୀ ସେନାପତି ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ଗୋଟିଏ ମାମଲା ରୁଜ୍ଜୁ କରାଯାଇଛି ।
ରିପୋର୍ଟ :=ପୁନିଲ କୁମାର ସାମନ୍ତ।
