ଚିଲିକାରେ ପକ୍ଷୀ ଗଣନା ଶେଷ ।
ଚିଲିକା (19/01): ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ କରାଯାଇଥିବା ଶୀତକାଳୀନ ପକ୍ଷୀ ଗଣନାର ତଥ୍ୟପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ତଥା ସୁଦ୍ଧା ବନ୍ୟାପାଣା ତରାବଧାରକ, ଓଡ଼ିଶା, ଭୁବନେଶ୍ବରଙ୍କ ନିର୍ଦ୍ଦେଶ କ୍ରମେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ତା ୧୭.୦୧.୨୦୨୬ ଭିଖରେ ପକ୍ଷୀ ଗଣନାରେ ଯୋଗଦେଇ ଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ବି.ଏନ୍.ଏନ୍.ଏସ୍ ର ଡେପୁଟି ଡାଇରେକ୍ଟର, ଡ଼ା ସତ୍ୟା ସେଲରମ ପକ୍ଷୀ ଗଣନା କାର୍ଯ୍ୟ ବିଷୟରେ ତାଲିମ୍ ପ୍ରଦାନ କରିଥିଲେ । ଏହାପରେ ତା ୧୮.୦୧.୨୦୨୬ ରିଖରେ ଅବସରପ୍ରାପ୍ତ ଫରେଷ୍ଟ ଅଫିସର ପ୍ରଫେସର, Odisha State Wildlife Organisation, CDA, BNHS, ZSI, WWF India, OUAT ଏବଂ ଅଣ ସରକାରୀ ସଂସ୍ଥାରୁ ଆସିଥିବା ବ୍ୟକ୍ତିବିଶେଷ ସମୁଦାୟ ୧୩୩ ଜଣ ଙ୍କୁ ନେଇ ପକ୍ଷୀ ଗଣନା କରାଯାଇଥିଲା ।ଏତଦ୍ବ୍ୟତୀତ ଚିଲିକା ଜଳରାଶିକୁ ୨୨ ଗୋଟି ଗ୍ରୁପରେ ବିଭକ୍ତ କରାଯାଇ ତନ୍ମଧ୍ୟରୁ ୦୩ ଗୋଟି ସଡକ ପାର୍ଶ୍ବରେ ଓ ୧୯ ଗୋଟି ଡଙ୍ଗା ଦ୍ୱାରା ଯାଇ ପକ୍ଷୀ ଗଣନା କାର୍ଯ୍ୟ କରାଯାଇଥିଲା । ଏହି ୨୨ ଗୋଟି ଦଳରେ ଜଣେ ଲେଖାଏଁ ପକ୍ଷୀ ବିଶେଷଜ୍ଞ ଙ୍କ ସହିତ ୦୩ ରୁ ୦୫ ଜଣ ସଦସ୍ୟ ଯୋଗଦାନ କରିଥିଲେ । ଏହି ପକ୍ଷୀଗଣନା କାର୍ଯ୍ୟକ୍ରମ ପ୍ରାତଃ ୦୬.୦୦ ଘଟିକା ରୁ ଆରମ୍ଭ ହୋଇ ମଧ୍ୟରୁ ୧୨.୦୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏହି ଗଣନା କାର୍ଯ୍ୟ ସମାପ୍ତ ହେବା ପରେ ଏହାର ତଥ୍ୟ ସଙ୍କଳନ କରି ଫଳାଫଳ ଘୋଷଣା କରାଗଲା । ଚଳିତ ବର୍ଷ ପ୍ଲେନ ମାର୍ଟିନ ଏବଂ ବେଙ୍ଗଲ ବୁଶ୍ ଲାର୍କ ପ୍ରଜାତିର ନୂଆ ପକ୍ଷୀ ଦେଖାଯାଇଥିଲା । ଏଥିସହିତ ଗତ ବର୍ଷ ୨୦୨୫ ରେ ବିଦେଶାଗତ ପକ୍ଷୀ ୧୦,୮୭,୨୨୬ /୧୦୯ ପ୍ରଜାତିର ଓ ସ୍ଥାନୀୟ ପକ୍ଷୀ ୪୦,୦୦୨/୮୭ପ୍ରଜାତିର ଥିବା ବେଳେ ଚଳିତ ବର୍ଷ ୨୦୨୬ ରେ ବିଦେଶାଗତ ପକ୍ଷୀ ୧୧,୧୦୨୫୭/୧୦୬ ପ୍ରଜାତିର ଥିବା ବେଳେ ସ୍ଥାନୀୟ ପକ୍ଷୀ ୨୧,୯୪୩ /୯୦ ପ୍ରଜାତିର ଅଛନ୍ତି। ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀ ସଂଖ୍ୟା ଅଧିକ ଚିହ୍ନଟ ହୋଇଥିବାର ଶ୍ରୀ ଅମ୍ଳାନ ନାୟକ ବନଖଣ୍ଡ ଅଧିକାରୀ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବାଲୁଗାଁ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି।
