ସାହିତ୍ୟିକ ସ୍ବର୍ଗତ ହରିହର ମିଶ୍ର ଙ୍କ ଜୟନ୍ତୀ ପାଳିତ।
ପୁରୀ ୨୦/୧ ସାହିତ୍ୟିକ, ନାଟ୍ୟକାର ସ୍ବର୍ଗତ ହରିହର ମିଶ୍ର ଙ୍କର ସାହିତ୍ୟ କୃତି ଅନନ୍ୟ ଓ ଅବିସ୍ମରଣୀୟ।ତାଙ୍କ ପ୍ରତିଟି ଲେଖା ଯେପରି ମନଛୁଆଁ ସେମିତି ଜୀବନ୍ତ ବୋଲି କହିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାଶ।ଆଜି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ସ୍ବର୍ଗତ ମିଶ୍ରଙ୍କ ର ୮୫ ତମ ଜୟନ୍ତୀ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଙ୍ଗଶାଳା ଅନୁଷ୍ଠାନ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବତନ୍ତ୍ର ସଚିବ ଶ୍ରୀ ଦାଶ ଓଡ଼ିଆ ସାହିତ୍ୟ ରେ ସ୍ବର୍ଗତ ହରିହର ମିଶ୍ର ଙ୍କ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିଥିଲେ।ନିଜ ଲେଖା ମାଧ୍ୟମରେ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି ବୋଲି ସେ କହିଥିଲେ।ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଟୀକାୟତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କଳାକାର ଦିଲ୍ଲୀପ କୁମାର ଦାସ, ମୁକୁନ୍ଦ

ଶତପଥୀ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ମିଶ୍ର ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ।ଶ୍ୟାମ ପ୍ରକାଶ ସେନାପତି ମଞ୍ଜ ସଞ୍ଚାଳନ କରିଥିଲେ।ଏହି ଅବସରରେ ସ୍ବର୍ଗତ ମିଶ୍ର ଙ୍କ ରଚିତ ନାଟକ ସୁଖ୍ ବାସୀ ରଙ୍ଗଶାଳା ପକ୍ଷରୁ ମଞ୍ଚସ୍ଥ ହୋଇଥିଲା।କଳାହାଣ୍ଡି ଜିଲ୍ଲାର ଜନଜାତି ଙ୍କ ଜୀବନୀ,ଚଳଣୀ, ବିଶ୍ୱାସ, ଅନ୍ଧବିଶ୍ୱାସ ସମ୍ପର୍କରେ ରଚିତ ଏହି ନାଟକଟି ଦର୍ଶକ ଙ୍କୁ ଅଭିଭୂତ କରିଥିଲା।ବିକ୍ରମ କୁମାର ସାହୁ ଙ୍କ ନିର୍ଦେଶନା ରେ ରୂପକଳ୍ପ ମିଶ୍ର, ବିଦ୍ୟାଧର ମହାରଣା, ବିକାଶ ଦତ୍ତ, ଗିରିଶ ମିଶ୍ର, ଗୋପୀନାଥ ପୂଜାପଣ୍ଡା, ବାଳକୃଷ୍ଣ ବେହେରା, ଦୟାନନ୍ଦ ମହାନ୍ତି, ମନୋରଞ୍ଜନ ଜେନା, ଆତ୍ରେୟ ମଲ୍ଲିକ, ରଞ୍ଜନ ପାଢ଼ୀ, ମମତା ଦାସ ଓ ସ୍ବାତିଶ୍ରୀ ପରିଡା ଙ୍କ ଅଭିନୟ ବେଶ ମନଛୁଆଁ ହୋଇଥିଲା।
