ପ୍ରଭୁ ଶ୍ରୀ ହନୁମାନ ଙ୍କ ଜନ୍ମମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି

ଶ୍ରୀ ସୁନ୍ଦରକାଣ୍ଡ ଭକ୍ତମଣ୍ଡଳ ପକ୍ଷରୁ ଶ୍ରୀ ହନୁମାନ ଜନ୍ମ ମହୋତ୍ସବ ମହା ସମାରୋହରେ ଶନିବାର ପାଳିତ ହୋଇଯାଇଛି | ବ୍ୟାସନଗର ସହର ଗୋପବନ୍ଧୁ ଛକ ନିକଟ ନନ୍ଦରାମ ବାଟିକା ପରିସରରୁ ଏକ ଭଵ୍ୟ ଶୋଭାଯାତ୍ରା ସହରର ଗୋପବନ୍ଧୁ ଛକ ଷ୍ଟେସନ ବଜାର ରାଧାନାଥ ମାର୍ଗ ଦେଇ ଚୋରଦା ବାଇପାସ ହୋଇ ବ୍ୟାଙ୍କ ଷ୍ଟ୍ରିଟ ଦେଇ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ପହଞ୍ଚିଥିଲା | ରାମ ଲକ୍ଷ୍ମଣ ସୀତା ହନୁମାନ ବେଶରେ ସଜ୍ଜିତ ପିଲାମାନେ ସୁସଜ୍ଜିତ ରଥରେ ବସି ସହର ପରିକ୍ରମା କରିଥିଲେ | ବାଜା ବାଣ କୀର୍ତ୍ତନ ସହ ଜୟ ଶ୍ରୀରାମ ଧ୍ୱନିରେ ସହର ପ୍ରକମ୍ପିତ ହୋଇଉଠିଥିଲା |

ବିଶେଷ ଭାବରେ ମାରୱାଡି ସମାଜର ମହିଳା ଓ ପୁରୁଷ ଯୁବତୀ ଯୁବକ ମାନେ ଭକ୍ତ ଶ୍ରେଷ୍ଠ ହନୁମାନଙ୍କ ଧ୍ୱଜା ଧରି ଶୃଙ୍ଖଳିତ ଭାବେ ପରିକ୍ରମା ବୋହୁ ସଂଖ୍ୟାରେ ଯୋଗଦେଇଥିଲେ | ଲକ୍ଷ୍ମୀନାରାୟଣ ମନ୍ଦିରରେ ଦିନ ତମାମ ହନୁମାନ ଚାଳିଶା ପାଠ ଚାଲିବ ଏବଂ ସନ୍ଧ୍ୟାରେ ସୁନ୍ଦରକାଣ୍ଡ ପାଠ ପରିବେଷଣ କରାଯିବ | ଯାଜପୁର ରୋଡ଼ ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଶୋଭାଯାତ୍ରାକୁ ଠିକଭାବେ ପରିଚାଳନା କରିଥିଲେ | ବିଭିନ୍ନ ସଂଗଠନ ପକ୍ଷରୁ ରାସ୍ତାରେ ଶୋଭାଯାତ୍ରୀ ମାନଙ୍କୁ ଥଣ୍ଡା ପାନୀୟ ପିଇବା ପାଣି ଏବଂ ସର୍ବତ ପ୍ରଦାନ କରାଯାଇଥିଲା |

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *