ଗୋରେଖ ନାଥ ଗନାଇଲ ଗ୍ରାମର ଶତାୟୁ ପୁରୁଷ ଭ୍ରମରବର ରାୟ ଙ୍କ ଜନ୍ମ ଦିବସ ପାଳିତ ହୋଇ ଯାଇଛି
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଛପଡ଼ା ପଂଚୟତ ଗୋରେଖ ନାଥ ଗନାଇଲ ଗ୍ରାମର ଶତାୟୁ ପୁରୁଷ ଭ୍ରମରବର ରାୟ ଙ୍କ ଜନ୍ମ ଦିବସ ପାଳିତ ହୋଇ ଯାଇଛି । ଆଜିର ଦୁନିଆ ରେ ଶହେ ବର୍ଷ ରେ ପାଦ ଦେଇଛନ୍ତି ଭ୍ରମରବର । ସେ ଜଣେ ଶିଳ୍ପପତି ଓ ସମାଜସେବୀ ନାଁ ରେ ବେଶ ପରିଚିତ ।

ତେବେ ପରିବାର ଲୋକେ ନାତି ନାତୁଣୀ, ପୁଅ ବୋହୁ, ଝିଅ ଜୁଆଇଁ ଓ ବନ୍ଧୁ ବାନ୍ଧବ ଙ୍କ ସହିତ କେକ କାଟି ଖୁସି ବନାଇବା ସହିତ ପରିବାର ଲୋକଙ୍କୁ ଆଶୀର୍ବାଦ କରିଛନ୍ତି ଭ୍ରମରବର । ଏହା ଅନ୍ୟ ମାନଙ୍କ ପାଇଁ ମଧ୍ୟ ଉଦାହରଣ ସୃଷ୍ଟି କରି ପାରିଛନ୍ତି ।
