ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ପବିତ୍ର
ପୁରୀ:୨୩/୧: ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ପବିତ୍ର ସରସ୍ଵତୀ ପୂଜା ତିଥିରେ ପଡୁଥିବାରୁ ସ୍ଥାନୀୟ ଚନ୍ଦ୍ରଶେଖର ପାଠାଗାର ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରସ୍ଵତ ପତ୍ରିକା ‘ପ୍ରିୟପତ୍ର’ର ମିଳିତ ସହଯୋଗରେ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସଭା ଦିବା ଦୁଇଟା ସମୟରେ ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ଭକ୍ତକବି ମଧୁସୂଦନ ରାଓଙ୍କ ଫଟୋ ଏବଂ ମା ସରସ୍ବତୀଙ୍କ ଫଟୋରେ ପୁଷ୍ପ ଓ ଧୂପ ପ୍ରଦାନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ଉତ୍ସବର ଆଭିମୁଖ୍ୟ ପ୍ରକାଶ କରିବା ସହ ଅତିଥି ମାନଙ୍କୁ ପୁଷ୍ପ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ମଞ୍ଚକୁ ସ୍ୱାଗତ କରିଥିଲେ। ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଡକ୍ଟର ଗିରୀଶ ପ୍ରସାଦ ସ୍ୱାଇଁ, ସମ୍ମାନନୀୟ ବକ୍ତା ଭାବରେ ବିପିନ ବିହାରୀ ଦଳାଇ, ସଚ୍ଚିଦାନନ୍ଦ ବେହେରା ଏବଂ ଅଧ୍ୟାପକ ଡ଼କ୍ଟର ଜ୍ଞାନରଞ୍ଜନ ପଣ୍ଡା ଯୋଗଦେଇ ‘ବର୍ଣ୍ଣବୋଧ’ ସହିତ ଅନେକ ଉପାଦେୟ ରଚନାରେ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିବାରେ ଭକ୍ତକବି ମଧୁସୂଦନ ରାଓଙ୍କ ଅବଦାନ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ବୀଣାପାଣି ବିଦ୍ୟାମନ୍ଦିରର ଛାତ୍ରୀ ଶ୍ରେୟାଂଶୀ ସୋପ୍ରିୟା, ସୋନାଲିକା ବାରିକ, ଶ୍ୱେତାଂଶୀ ପ୍ରିୟଦର୍ଶିନୀ ସାହୁ, ପ୍ରତ୍ୟାଶା ପ୍ରିୟଦର୍ଶିନୀ ସାହୁ, ଆରାଧ୍ୟା ମଲ୍ଲିକ ଏବଂ ମାସିଆନ ତେଲୁଗୁ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଦୀପିକା ବେହେରା, ଗୁଣ୍ଡିଚା ରାଣୀ ସାହୁ, ଗାୟତ୍ରୀ ବିଶୋଇ, ପିହୁ ବିଶୋଇ, ରୋଜାରାଣୀ ସାହୁ, ରଶ୍ମିତା ବେହେରା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ପଦ୍ୟ ଆବୃତ୍ତି କରିଥିଲେ । ଏହି ଅବସରରେ ପୁରୀର ବରିଷ୍ଠ ଲେଖିକା ପୈାର୍ଣ୍ଣମାସୀ ଦେବୀ, ପ୍ରବାସିନୀ ମିଶ୍ର, ଅନ୍ନପୂର୍ଣ୍ଣା ଦେବୀ, ରଚିତା ରାଉତରାୟ, ସର୍ବାଣୀ ଦାସ, ଡକ୍ଟର ସୁଦୀପ୍ତା ମିଶ୍ର, ପ୍ରତିଭା ଦାଶ, ମୀରା ମହାନ୍ତି, କନକଲତା ଦାସ ପ୍ରମୁଖ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ତୁହି ମା ଜନମଭୂମୀ’ ଏକତ୍ର ଗାନ କରିଥିଲେ। ଯେଉଁମାନେ ଏହି ବୃନ୍ଦଗାନରେ ଭାଗନେଇଥିଲେ ସେମାନଙ୍କୁ ଅତିଥି ମାନେ ପ୍ରଶଂସାପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ । ଶେଷରେ ସମ୍ପାଦକ ପ୍ରିୟପତ୍ର ଭକ୍ତକବିଙ୍କୁ ଶ୍ରଦ୍ଧା ନିବେଦନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ପ୍ରଧାନ, ପ୍ରଭାକର ପ୍ରଧାନ, ସୁବାସ ଚନ୍ଦ୍ର ପରିଡ଼ା, ଡକ୍ଟର ଦେବରାଜ ପ୍ରଧାନ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଚନ୍ଦ୍ରଶେଖର ମହାରାଣା, ଯୋଗେଶ୍ଵର ନାୟକ, ସୈାମ୍ୟରଞ୍ଜନ ସ୍ୱାଇଁ, ରଶ୍ମି ବେହେରା, ମୀନତି ପଟ୍ଟନାୟକ, ବୀରେନ୍ଦ୍ର ମହାନ୍ତି, ପୀତାମ୍ବର ମହାପାତ୍ର, ଉମେଶ ଦାସ, ଗୀତାଞ୍ଜଳି ବେହେରା, ରବିନାରାୟଣ ଜେନା, ହରିଶଙ୍କର ମିଶ୍ର, ଜାନକୀ ବଲ୍ଲଭ ଦାଶ, ଲୋକନାଥ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।।
