ଶତାୟୁ ପୁରୁଷ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଜନ୍ମଉତ୍ସବ ପାଳିତ।
ଏରସମା: ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଶହେତମ ଜନ୍ମଦିନ ଉତ୍ସବରେ ଏରସମା ଜଗନ୍ନାଥ ମନ୍ଦିର ପରିସର ରବିବାର ପୂର୍ବାହ୍ନରେ ଉତ୍ସବ ମୁଖର ହୋଇଥିଲା। ଏହି ଉତ୍ସବରେ ଉଦଘାଟକ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା,ମୁଖ୍ୟ ଅତିଥି ଅରୁଣ କୁମାର ମନ୍ତ୍ରୀ,ମୁଖ୍ୟ ବକ୍ତା ସଂଳାପ ଲେଖକ ବିଜୟ କୁମାର ମଲ୍ଲ,ପାଲା ଗାୟିକା ଲଷ୍ମୀପ୍ରିୟା ଦାସ,କମ୍ରେଡ ଶଶିଭୂଷଣ ସ୍ୱାଇଁ, ମହେଶ୍ଵର ସ୍ୱାଇଁ,ସଫଳ ସଂଯୋଜକ ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ଯୋଗଦେଇ ସଭାଟିକୁ ସୁନ୍ଦର କରିଥିଲେ। ଏରସମା ନାଗରିକ ମଞ୍ଚ ଓ ଏରସମା ଆଞ୍ଚଳିକ ପୂଜ୍ୟପୂଜା ସଂସଦ ମିଳିତ ଆୟୋଜନରେ ଏରସମା ଅଂଚଳର ଶତାଧିକ ବୁଦ୍ଧିଜୀବି ଓ ସାଧାରଣ ଜନତା ଆନନ୍ଦ ଉଲ୍ଲାସର ସହିତ କାଯ୍ୟକ୍ରମକୁ ଉପଭୋଗ କରିଥିଲେ। ଜଗନ୍ନାଥ ବେହେରା ଜଣେ ସାଧାରଣ ପରିବାର ଓ ଗାଁ ପରିବେଶରେ ବଢିଥିଲେ। ମା ଶାରଳାଙ୍କ ଆଶୀର୍ବାଦରୁ ଲୋକକଳା ପାଲା ସଂସ୍କୃତିକୁ ନିଜର କରି ଲୋକମାନଙ୍କ ମୁଖରେ ହସ, ଜ୍ଞାନ ଓ ସଚେତନତା ବାଣ୍ଟିଥିଲେ।

ଶେଷରେ ତାଙ୍କ ମୂଲ୍ୟ ଭାରତର ରାଷ୍ଟ୍ରପତି ଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଏପରି ମହାନ ପ୍ରତିଭାକୁ ଏରସମା ଅଞ୍ଚଳର ବୁଦ୍ଧିଜୀବି ମହଲରେ ବେସ ପ୍ରଶଂସା ହୋଇଥିଲା। ତାଙ୍କ ଶହେତମ ଜନ୍ମଦିନ ମହା ଆଡମ୍ବାର ରୂପରେ ପାଳନ ହୋଇଥିଲା।ଗୀତିକାର ଅରୁଣ ମନ୍ତ୍ରୀ ଓ ସଫଳ ସଂଳାପ ଲେଖକ ବିଜୟ କୁମାର ମଲ୍ଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉତ୍ସବରେ ଧ୍ଵଜରାଜ ଖଣ୍ଡୁଆଳ,ବାଲିଘର କୈଳାସ ସ୍ୱାଇଁ,ଡକ୍ଟର ସୁରେନ୍ଦ୍ର କୁମାର ତ୍ରିପାଠି, ଡକ୍ଟର ବସନ୍ତ ମଞ୍ଜରୀ ଦାସ, ଜଟାଧାରୀ ସ୍ୱାଇଁ,ଚତୃଭୁଜ ଦାସ,ପଣ୍ଡିତ ନାଗୁଚରଣ ଦେବତା,ଡକ୍ଟର ସଞ୍ଜୟ ବିଶ୍ୱାଳ ଥିଲାବେଳେ,ଶଶିଭୂଷଣ ସ୍ୱାଇଁ, ଯଯାତି ସାମନ୍ତରାୟ, ମହେଶ୍ଵର ସ୍ୱାଇଁ, ପ୍ରଶାନ୍ତ କୁମାର ସେଠୀ, ଅମୁଲ୍ୟ ବିଶ୍ୱାଳ, ପ୍ରଭାକାର ପଣ୍ଡା, ଚନ୍ଦଜିତ ଦାସ, ଉମେଶ ସେଠୀ, ହୃଷିକେଶ ଜେନା ପ୍ରମୁଖ ଭୂମିକାରେ ଦାୟିତ୍ୱ ବହନ କରିଥିଲେ।……
