କାକଟପୁର ନିର୍ବାଚନ ମଣ୍ଡଳୀ ରେ ସଶକ୍ତ ହେଉଛି ବିଜେପି । ରାଜ୍ୟର ବିଜେପି ସଭାପତି ଉପସ୍ଥିତିରେ ବିଜେପିର ମିଶ୍ରଣ ପର୍ବ
କାକଟପୁର -ଦିନକୁ ଦିନ କାକଟପୁର ନିର୍ବାଚନ ମଣ୍ଡଳୀରେ ସଶକ୍ତ ହେଉଛି ବିଜେପି । କେନ୍ଦ୍ର ସରକାର ଜନହିତକାରୀ କାର୍ଯ୍ୟ ପାଇଁ ଓ ନିର୍ମଳ ଭାବ ମୂର୍ତ୍ତି ଆଗରେ ଫିକା ପଡୁଛନ୍ତି ବିରୋଧୀ । ସ୍ଥାନୀୟ ନେତା ଙ୍କ ଜନହିତ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପି ମୁହାଁ ହେଉଛନ୍ତି ଅନ୍ୟ ଦଳର ନେତା ଓ କର୍ମୀ । ଏ ନେଇ ଆଜି କାକଟପୁର ନିର୍ବାଚନ ମଣ୍ଡଳୀ ଲତାହରଣ ପଞ୍ଚାୟତରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅନ୍ୟ ଦଳର ଛାମୁଆ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଲେଖାଶ୍ରୀ ସାମନ୍ତ ସିଂହାର, ବିଭୁ ତରାଇ,ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଅଛନ୍ତି।
