ଆଜାଦ ହିନ୍ଦ ସାମାଜିକ ସଂଘଠନ ଦ୍ୱାରା ରକ୍ତ ଦାନ ଶିବିର ଅନୁଷ୍ଠିତ

ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନର ଲକ୍ଷ୍ୟ ନେଇ ୨୦୧୫ରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଗଢିଥିଲା ଆଜାଦ ହିନ୍ଦ ସାମାଜିକ ସଂଗଠନ, ସାମଜିକ ସେବା ଓ ମହିଳା ସଶକ୍ତି କରଣ ଠାରୁ ଆରମ୍ଭ କରି ସ୍ଵଚ୍ଚ ଭାରତ, ବୃକ୍ଷ ରୋପଣ ଯୋଗ ଶିବର ଏବଂ କ୍ରୀଡାକୁ ଗୁରୁତ୍ୱ ଦେଇ ବାସୁଦେବପୁର ଅଞ୍ଚଳରେ ସଂଗଠନ ନିଜର ପରିଚୟ ସୃଷ୍ଟି କରିଛି । ଆଜି ସଂଗଠନ ତରଫରୁ ଏକ ରକ୍ତଦାନ ଶିବିର ରାଜଘାରପୋଖରୀ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୯୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।ସଂଘଠନର ସଭାପତି ରଞ୍ଜନ ନାୟକ ଓ ସମ୍ପାଦକ ବିଭୁଦତ୍ତ ନାୟକ ରକ୍ତଦାତା ଙ୍କୁ କୃତଜ୍ଞତା ଗ୍ୟାମ୍ପନ କରିଥିଲେ। ସଂଗଠନ ସ୍ଵେଛାସେବୀ ଅଜୟ ନାୟକ,ରାଜେଶ ନାୟକ, ଅରୁଣ ମହାନ୍ତି, ମୃତୁଞ୍ଜୟ ମହାନ୍ତି, ଶେଷଦ୍ରୀ ନାୟକ,ଅଜିତ ନାୟକ,ପ୍ରକାଶ ରାଉତ, ସଞ୍ଜୟ ମାହୁନ୍ତ, ମହେଶ୍ୱର ବାରିକ, ଉମେଶ ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *