ଗାଡିଆରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ।
କାମାକ୍ଷାନଗର୧୪.୧୦.୨୦୨୫ ଆଙ୍କର -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର କଇଁବିଲି ଗ୍ରାମ ଛକ ନିକଟରେ ଏକ ଗାଡିଆରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ କରାଯାଇଛି। ମୃତ ଦେହଟି ପ୍ରାୟ ୩ ରୁ ୪ ଦିନର ହେବ ବୋଲି ଅନୁମାନ କରାଯାଉଛି। ମୃତଦେହରୁ ଦୃଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି। ତେବେ ବ୍ୟକ୍ତି ଜଣଙ୍କ କିଏ ଏବଂ କିପରି ଗାଡିଆରେ ପଡି ମୃତ୍ୟୁ ବରଣ କରିଛନ୍ତି ତାହା ଜଣାପଡିନାହିଁ। ଯାହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି କାମାକ୍ଷାନଗର ପୋଲିସ।
