ପୁରୀ ଟାଉନ ଥାନା ଅନ୍ତର୍ଗତ ଖୁଣ୍ଟିଆ ସାହିରେ ଥିବା ରାଧାରାଣୀ ନିବାସ ନାମକ ଏକ ହୋଟେଲରୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର

ପୁରୀ ଟାଉନ ଥାନା ଅନ୍ତର୍ଗତ ଖୁଣ୍ଟିଆ ସାହିରେ ଥିବା ରାଧାରାଣୀ ନିବାସ ନାମକ ଏକ ହୋଟେଲରୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ଘଟଣା। ଟାଉନ ଥାନା ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି। ମୃତ ଯୁବକ ଜଣକ ରାଉଲକେଲା ନେତାଜୀ ନଗର ଅଞ୍ଚଳର ଚିନ୍ମୟ ସାମଲ ବୋଲି ଜଣାପଡିଛି। ମୃତ ଯୁବକଙ୍କ ପରିବାରକୁ ସୂଚନା ଦିଆଯାଇଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଟାଉନ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଗତ ୫ ତାରିଖ ରାତିରେ ଚିନ୍ମୟ ତାଙ୍କର ଜଣେ ସାଙ୍ଗଙ୍କ ସହିତ ପୁରୀ ଆସିଥିବା ବେଳେ ଉକ୍ତ ହୋଟେଲରେ ରହିଥିଲେ। ଗତକାଲି ସନ୍ଧ୍ୟା ସମୟରେ ହୋଟେଲ ସଫେଇ କର୍ମଚାରୀ ରୁମ୍ ସଫା କରିବା ପାଇଁ ଗଲାବେଳେ ଚିନ୍ମୟଙ୍କ ମୃତଦେହ ମୁହଁ ମାଡ଼ି ତଳେ ବସିଥିବା ଦେଖିବାକୁ ପାଇଥିଲେ। ପରେ ପୋଲିସକୁ ଖବର ଦିଆଯିବା ପରେ ଟାଉନ ଥାନା ଅଧିକାରୀ ହୋଟେଲରେ ପହଞ୍ଚି ସମସ୍ତ ଦିଗକୁ ନେଇ ତଦନ୍ତ କରିଥିଲେ। ମୃତ ଚିନ୍ମୟ ସାମଲଙ୍କ ସହିତ ଆସିଥିବା ତାଙ୍କ ସାଙ୍ଗ ରୁମ୍ ରେ ନଥିବାବେଳେ ତାଙ୍କୁ ପୋଲିସ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ତେବେ ମୃତ ଚିନ୍ମୟ ଙ୍କ ସାଙ୍ଗ ଫେରାର ଥିବାବେଳେ ହୋଟେଲ ରୁମ୍ ଭିତରୁ ସିରିଞ୍ଜ ଏବଂ ନିଶାଦ୍ରବ୍ୟ ଜବତ କରିଛି ପୋଲିସ। ମୃତ ଚିନ୍ମୟ ଙ୍କ ମୋବାଇଲ ଫୋନ୍ ମଧ୍ୟ ତାଙ୍କ ସାଙ୍ଗ ନେଇଯାଥିବା ଜଣାପଡିଛି। ଘଟଣାର ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ବାଇଟ୧- ପ୍ରତୀକ ସିଂ, ଏସପି, ପୁରୀ ଆଜି ହ୍ବାଟ୍ସ ଆପରେ ଭିଜୁଆଲ ଯାଇଛି, ଏସପି ଙ୍କ ବାଇଟ ହ୍ବାଟ୍ସ ଆପରେ ଯାଇଛି l

Leave a Reply

Your email address will not be published. Required fields are marked *