ଭେଜିଆ ଶିବ ମନ୍ଦିର ନିକଟରେ ୯ବର୍ଷର ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର ,ମା ପାଠ ପଢ଼।ପାଇଁ କହିବାରୁ ଝିଅ କଲା ଆତ୍ମହତ୍ୟା


କାମାକ୍ଷାନଗର,୧୫/୧୧– ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଭେଜିଆ ଶିବ ମନ୍ଦିର ନିକଟରେ ଆଜି ଅପର।ହନରେ ଜଣେ ୯ବର୍ଷର ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର ହୋଇଛି ।ସୂଚନା ଅନୁସାରେ ଝିଅଟି ତାର ମା କବିତା ଭୋଇ ମୋଟଗାଁ ଥାନା ସିରିଡି ଗାଁର ଭେଜିଆ ଠାରେ ଥିବା ହୋଟେଲ ରାୟଲ ଗାର୍ଡେନରେ କାମ କରନ୍ତି ଆଉ ଝିଅ ମଧୁସ୍ମିତା ଭୋଇ (୯ବର୍ଷ)ତାର ମା ସହିତ ସେହିଠାରେ ରୁହେ ।ଆଜି ସକାଳୁ ତାର ମା କହିଲେ ପାଠ ପଢୁନାହୁଁ ଖାଲି ବୁଲାବୁଲି କରୁଛୁ କଣ ପାଇଁ କହି ତାଗିଦ କରିବା ସାଙ୍ଗକୁ ଚପଡା ଟାଏ ମଧ୍ୟ ମାରିଥିଲେ ଯାହାଫଳରେ ଝିଅ କହିଲା ଯାଉଛି ସେ ମନ୍ଦିର ଆଡେ ଆଉ ଫେରିବି ନାହିଁ ।ଛୁଆ କଥା ଭାବି ମା ଗୁରୁତ୍ୱ ଦେଇନଥିଲେ ଶେଷରେ ଏଭଳିଆ ହୋଇଥିବା ମା କହିଛନ୍ତି ।ତଥାପି ମୃତୁ ସନ୍ଦେହ ଘେରରେ ରହିଛି ।ଖବର ପାଇ ମହାବିରୋଡ଼ ଫାଣ୍ଡି ଅଧିକାରୀ ପ୍ରଦୀପ ପ୍ରଧାନ ଆସି ତଦନ୍ତ ଆରମ୍ଭ କରିଛନ୍ତି ।

ରିପୋର୍ଟର-ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *