ସମୁଦ୍ରକୂଳରୁ ଅଚିହ୍ନା ବୃଦ୍ଧଙ୍କ ମୁତଦେହ ଉଦ୍ଧାର

ସମୁଦ୍ରକୂଳରୁ ଅଚିହ୍ନା ବୃଦ୍ଧଙ୍କ ମୁତଦେହ ଉଦ୍ଧାର କୋଣାର୍କ:୧୭/୨ ଶନିବାର ପୂର୍ବାହ୍ନରେ କୋଣାର୍କ ଚନ୍ଦ୍ରଭାଗା ମେରାଇନ ଥାନା ଅଧିନ କଂଅରପୁର ଗ୍ରାମ ନିକଟ ସମୁଦ୍ର କୂଳରେ ଏକ ଅଚିହ୍ନା ବୃଦ୍ଧ ଙ୍କର ମୁତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ କୋଣାର୍କ ଚନ୍ଦ୍ରଭାଗା ମେରାଇନ ଥାନାକୁ ଖବର ଦେଇଥିଲେ। ଏ ନେଇ ତୁରନ୍ତ ଖବର ପାଇ ଚନ୍ଦ୍ରଭାଗା ମେରାଇନ ଥାନା ଅଧିକାରୀ ପ୍ରତିମା ସାହୁ ଓ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୁତଦେହ କୁ ଉଦ୍ଧାର କରିବା ସହିତ ୨/୨୦୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜ କରି ତଦନ୍ତ ଚଳାଇଛନ୍ତି । ପରେ ପୋଲିସ ଶବକୁ ବ୍ୟବଛେଦ ନିମନ୍ତେ ପୁରୀ ମୁଖ୍ୟ ଡାକ୍ତରଖାନାକୁ ପଠାଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *