ଗାଁ ଶ୍ମଶାନରେ ଜଳିଲା ଯବାନଙ୍କ ପାର୍ଥିବ ଶରୀର

ପଞ୍ଚଭୂତରେ ଲୀନ ହେଲେ ଓଡ଼ିଆ ଯବାନ ସୁରେଶ ବିଶ୍ୱାଳ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଗାଁରେ ତାଙ୍କ ମରଶରୀରକୁ ଶେଷ ଦର୍ଶନ ଦେଇ ବିଦାୟ ଦେଇଛନ୍ତି ପରିବାର ଲୋକେ। ମ୍ରିୟମାଣ ହୋଇ ପଡିଛନ୍ତି ସମ୍ପୂର୍ଣ୍ଣ ଗ୍ରାମବାସୀ, ଭାଙ୍ଗି ପଡିଛନ୍ତି ଜନ୍ମକଲା ମାଆ।ଏବଂ ବାହୁନି ବାହୁନି କାନ୍ଦୁଛି ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ କରିଥିବା ମାଆ। ସୁରେଶ ୧୫ ବର୍ଷ ତଳେ ସେନାରେ ଯୋଗ ଦେଇଥିଲେ। ଏବଂ ଆଜକୁ ୧୦ ବର୍ଷ ତଳେ ବିବାହ କରିଥିଲେ। ଏପରିକି ତାଙ୍କର ଏକ ସାତ ବର୍ଷର ଝିଅ ମଧ୍ୟ ରହିଛି। ହେଲେ ସାନ ଭାଇ ସହିତ ସ୍ତ୍ରୀର ଅନୈତିକ ସମ୍ପର୍କକୁ ନେଇ ପରିବାର ମଧ୍ୟରେ ପ୍ରତିଦିନ କଳହ ସୃଷ୍ଟି ହେଉଥିଲା। ଏପରିକି ଯେତେ ବାରଣ ସତ୍ୱେ ମଧ୍ୟ ସେ ବିଫଳ ହୋଇଥିଲେ। ଗତ ୧୦ ଦିନ ତଳେ ମାନସିକ ଚାପରେ ସେ ଜାମ୍ମୁ କାଶ୍ମୀରକୁ କାର୍ଯ୍ୟ କରିବା ପାଇଁ ଚାଲି ଯାଇଥିଲେ। ଆଉ ସେ ସେଠାରେ ଡିପ୍ରେସନରେ ରହି ନିଜ ବନ୍ଧୁକରେ ନିଜକୁ ଗୁଳି କରି ଦେଇଥିଲେ। ମୃତ୍ୟୁ ପୂର୍ବରୁ ମାଆଙ୍କୁ ନିଜର ଦୁଃଖ ଓ ହୃଦୟର ବେଦନାକୁ ଜଣାଇଥିଲେ। ଏପରିକି ମୃତ୍ୟୁର କାରଣ ସାନ ଭାଇ ଓ ଶ୍ଵଶୁର ଘର ଲୋକ ବୋଲି ମେସେଜ ମାଧ୍ୟମରେ ଲେଖିଥିଲେ। ତେବେ ସ୍ୱତନ୍ତ୍ର ବିମାନ ଯୋଗେ ଗତ କାଲି ରାତି ପ୍ରାୟ ୧୨ ଟା ୩୦ ମିନିଟରେ ମରଶରୀର ଗାଁରେ ପହଞ୍ଚିଥିଲା। ଆତ୍ମୀୟ ସୃଜନ ଏବଂ ବନ୍ଧୁ ବାନ୍ଧବଙ୍କ ସହିତ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଥିଲା।

Leave a Reply

Your email address will not be published. Required fields are marked *