କନ୍ଧମାଳ ଜିଲ୍ଲାର ବହୁ ଚର୍ଚ୍ଚିତ ପ୍ରହଲ୍ଲାଦ ନାଟକ ସଙ୍ଗୀତ ଗୁରୁ ବା ନାଟକ ପରିଚାଳକ ଶ୍ରୀ ଗୋଲକ ବିହାରୀ ସାହାଣୀ ଙ୍କ ଚମତ୍କାରିତା ।
କନ୍ଧମାଳ ୨୭/୧୦/୨୦୨୫, ଫୁଲବାଣୀ ଖଜୁରୀପଡ଼ା ବ୍ଲକ ଆଡ୍।ସି ପଡା ଗ୍ରାମପଞ୍ଚାୟତ ର ବଡଭୂଇଁ ଅଞ୍ଚଳ ଡେଙ୍ଗିସାହିର ପ୍ରହଲ୍ଲାଦ ନାଟକ କନ୍ଧମାଳ ଜିଲ୍ଲା ସୁପ୍ରସିଦ୍ଧ ଅଟେ ।ଏହି ନାଟକର ପୁରାତନ ନାଟ୍ୟଗୁରୁ ଦେବେଶ୍ୱର୍ କହଁର ପ୍ରଥମେ ମିଣିଆ ଗ୍ରାମରୁ ଆସି ସ୍ଥାନୀୟ ବଡ଼ ଭୂଇଁ ଗ୍ରାମରେ ନାଟକ ଟିକୁ ସିଖାଇଥିବ। ଶୁଣିବାକୁ ମିଳୁଛି ।ବର୍ତ୍ତମାନ ଜଣେ ଉଚ୍ଚ ଶିକ୍ଷିତ ,ସରକାରୀ ଚାକିରିଆ ଶ୍ରୀ ଗଲୋକ ବିହାରୀ ସାହାଣୀ ଲିଭିଯାଇଥିବା ପୁରାଣ। ପ୍ରହଲ୍ଲାଦ ନାଟକ ଟିକୁ ଜୀବନ୍ତକରି ସମସ୍ତ ଯୁବକ କଳାକାର ମାନଙ୍କୁ ସାଙ୍ଗରେ ନେଇ ବିଶେଷ କରି ନାଟକର ମୁଖ୍ୟ ଚରିତ୍ର ଯିଏକି ସ୍ଵୟଂ ତ୍ରିପୁର ବିଜେତା ହିରଣ।କ୍ଷ ଭୂମିକାରେ ଯୁବ କଳାକାର ଶ୍ରୀ ଅଭିନାସ ସାହାଣୀ ଅଭିନୟ ଅତିସୁନ୍ଦର୍ ଭାବରେ କରି ଜିଲ୍ଲାରେ ଖ୍ୟାତି ଅର୍ଜନ କରିଛନ୍ତି ।

ସେହିପରି ପ୍ରହଲ୍ଲାଦ ଭୂମିକାରେ ଆହିଲ ସାହାଣୀ ଅତି ଚମତ୍କାର ଅଭିନୟକୁ ଦର୍ଶକଙ୍କ ମନକୁ ମହୁଥିବ। ଦେଖିବାକୁ ମିଳୁଛି । ମୁଖ୍ୟ ପରିଚାଳକ ଓ କଣ୍ଠ ଶିଳ୍ପୀ ଶ୍ରୀ ଗଲୋକ ବିହାରୀ ସାହାଣୀ ଙ୍କ ସୁଲଳିତ କଣ୍ଠରୁ ନାଟ୍ୟସଙ୍ଗୀତ ଦର୍ଶକଙ୍କ ମନକୁ ମହିଲା ପରି ଲାଗୁଛି । ନାଟକ ପରିଚାଳକ ଶ୍ରୀଗଲୋକ ବିହାରୀ ସାହାଣୀ ନାଟ୍ୟ ଭାର ନେବାପରେ ନାଟକ ଟି ଜିଲ୍ଲାର ପ୍ରତି ପଞ୍ଚାୟତ, ଗ୍ରାମ, ସାହି ସାହି ରେ ଲୋକ ପ୍ରିୟ ହେବାରେ ଲାଗିଛି । ମଟାମଟି କହିବାକୁ ଗଲେ ଜିଲ୍ଲାର ଥିବା ସମସ୍ତ ନାଟକ ଠାରୁ ଏହା ସର୍ବ ଶ୍ରେଷ୍ଠ ନାଟକ ରୂପେ ବିବେଚିତ ହଇ ଅଛି ।
